ଭଦ୍ରକ ପାଇଁ ଗୌରବ, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ନାମରେ ଡାକଟିକଟ ଉନ୍ମୋଚିତ

Advertisment
ଭଦ୍ରକ ପାଇଁ ଗୌରବ, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ନାମରେ ଡାକଟିକଟ ଉନ୍ମୋଚିତ

Sambad

ଭଦ୍ରକ: ବହୁ ପ୍ରତିକ୍ଷିତ ତଥା ଭଦ୍ରକ ଜନସାଧାରଣଙ୍କ ଦୀର୍ଘ ଦିନର ଦାବି ବନ୍ଦେ ଉତ୍କଳ ଜନନୀ ସଙ୍ଗୀତର ରଚୟିତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ନାମରେ ଡାକଟିକଟ ଉନ୍ମୋଚିତ ଓ ପ୍ରଚଳନ ହୋଇଛି। ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ କେନ୍ଦ୍ର ରେଳ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ବନ୍ଦେ ଉତ୍କଳ ଜନନୀ ସଙ୍ଗୀତର ରଚୟିତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ନାମରେ ଡାକଟିକଟ ପ୍ରଚଳନ ପାଇଁ ଦାବି ଉପସ୍ଥାପନ କରିଥିଲେ। ଓଡ଼ିଶାର ଅଗଣିତ ଜନସାଧାରଣଙ୍କ ଭାବାବେଗକୁ ନେଇ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଉକ୍ତ ସଙ୍ଗୀତକୁ ରାଜ୍ୟ ସଙ୍ଗୀତ ଭାବେ ମାନ୍ୟତା ଦେଇଥିଲେ ଏବଂ ସମସ୍ତଙ୍କ ଦୀର୍ଘ ଦିନର ଦାବି ଥିଲା, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ନାମରେ ଏକ ଡାକ ଟିକେଟ ପ୍ରଚଳନ ହେଉ !

ତାହା ଆଜି ଭଦ୍ରକର ସାଂସଦ ଶ୍ରୀମତୀ ମଣ୍ଡଳଙ୍କ ଉଦ୍ୟମ ପାଇଁ ସଫଳ ହୋଇଛି। ଭାରତ ସରକାରଙ୍କର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ଡାକ ବିଭାଗ, ଓଡ଼ିଶା ଡାକ ପରିମଣ୍ଡଳ ଆନୁକୂଲ୍ୟରେ କଟକ ରେଭେନ୍ସା ବିଶ୍ଵବିଦ୍ୟାଳୟର ସମ୍ମିଳନୀ କେନ୍ଦ୍ର ଠାରେ କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ନାମରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ଵାରା ଡାକ ଟିକେଟ ଉନ୍ମୋଚିତ ହୋଇଯାଇଛି। ଏହା ଭଦ୍ରକ ପାଇଁ ଗୌରବର ବିଷୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe