ଟ୍ରେନ୍‌ ରହଣି ଦାବିରେ ରେଳରୋକ

ଟ୍ରେନ୍‌ ରହଣି ଦାବିରେ ରେଳରୋକ

ବାଙ୍ଗିରିପୋଷି: ଟ୍ରେନ୍‌ ରହଣି ଦାବିରେ ତାତିଲେ ଲୋକେ। ଟ୍ରେନ୍‌ ଅଟକାଇଲେ ଆଉ ଚେତାବନୀ ଦେଲେ। ଯେତେବେଳ ଯାଏ ଅଧିକାରୀମାନେ ଦାବି ନ ମାନିଛନ୍ତି, ସେତେବେଳ ଯାଏ ଟ୍ରେନ୍‌ ଗଡ଼ିପାରିବନି ବୋଲି ଚେତାବନୀ ଦିଆଯାଇଛି। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ୍‌ ଅଧୀନ ବୁଡ଼ାମରା ‌ରେଳଷ୍ଟେସନରେ ଆଜି ଏପରି ସ୍ଥିତି ଦେଖିବାକୁ ମିଳିଛି। ବାଙ୍ଗିରିପୋଷି-ଭୁବନେଶ୍ବର ରୁଟ୍‌ରେ ପ୍ରତିଦିନ ଏକ ସୁପରଫାଷ୍ଟ ଟ୍ରେନ୍‌ ଚଳାଚଳ କରୁଛି। ଏହି ଟ୍ରେନ୍‌ ଉପରେ ଜିଲ୍ଲାର ହଜାର ହଜାର ଲୋକ ବେଶ୍‌ ନିର୍ଭରଶୀଳ। ‌

ବିଭାଗୀୟ ସ୍ବୀକୃତି ନ ଥିବା ସତ୍ତ୍ବେ ଲୋକଙ୍କ ଆବଶ୍ୟକତାକୁ ଆଖି ଆଗରେ ରଖି ଟ୍ରେନ୍‌ଟି ବୁଡ଼ାମରା ରେଳଷ୍ଟେସନ୍‌ରେ ବର୍ଷବର୍ଷ ଧରି ଅଟକୁ ଥିଲା। ହେଲେ କିଛି ମାସ ହେବ ଏଠାରେ ଆଉ ଟ୍ରେନ୍‌ଟି ଅଟକୁ ନାହିଁ। ଫଳରେ ସ୍ଥାନୀୟ ଶହ ଶହ ଲୋକ ଭୁବନେଶ୍ବର, କଟକ ଏବଂ ଅନ୍ୟ ସ୍ଥାନକୁ ଯିବା ପାଇଁ ହଇରାଣ ତଥା ଖର୍ଚ୍ଚାନ୍ତ ହେଉଛନ୍ତି।

ବୁଡ଼ାମରାରେ ବାଙ୍ଗିରିପୋଷି-ଭୁବନେଶ୍ବର ସୁପରଫାଷ୍ଟ ଟ୍ରେନ୍ ରହଣି ନେଇ ରେଳ ବିକାଶ କମିଟି ତଥା ସ୍ଥାନୀୟ ବୁଦ୍ଧିଜୀବୀମାନେ ଅନେକ ଥର ବିଭାଗୀୟ ଅଧିକାରୀଙ୍କ ଠାରେ ଗୁହାରି କରିଛନ୍ତି। ହେଲେ ଏଯାଏ କିଛି ଫଳ ମିଳିନି। ତେଣୁ ବାଧ୍ୟ ହୋଇ ଆଜି ରେଳ ବିକାଶ କମିଟିର ସଦସ୍ୟ ତଥା ସ୍ଥାନୀୟ ଅଞ୍ଚଳବାସୀ ବୁଡ଼ାମରାଠାରେ ରେଳରୋକ କରିଛନ୍ତି। ଦାବି ପୂରଣ ନ ହେବା ଯାଏ ରେଳରୋକ ଜାରି ରହିବ ବୋଳି ଚେତାବନୀ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe