ବ୍ରଜରାଜନଗର: ରସ୍ତା ପ୍ରଶସ୍ତୀକରଣ ପାଇଁ ଝାରସୁଗୁଡା ଜିଲ୍ଲା ବେଲପାହାଡ଼ ପୌରାଞ୍ଚଳ ଅନ୍ତର୍ଗତ ଗୁମାଡେରା ରସ୍ତା କଡରେ ଥିବା ଗଛଗୁଡିକୁ ପ୍ରଶାସନ ପକ୍ଷରୁ କଟା ଯାଉଥିବାବେଳେ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିଥିଲେ। ଗଛଗୁଡିକୁ କଟା ନଯାଇ ରାସ୍ତା ପ୍ରଶସ୍ତୀକରଣ କରାଯାଉ ବୋଲି ଲୋକେ ଦୃଢ଼ ଭାବରେ କହିବାସହ ଆନ୍ଦୋଳନ କରି ବିରୋଧ ପ୍ରଦର୍ଶନ କରିଥିଲେ।
ଘଟଣାସ୍ଥଳରେ ଉପସ୍ଥିତ ଥିବା ତହସିଲଦାର ବିଶ୍ୱକେଶନ ପାଣ୍ଡେ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ। ବେଲପାହାଡ଼ ଥାନା ଅଧିକାରୀ ରଞ୍ଜନ ବିଶ୍ୱାଳ, ଓରିଏଣ୍ଟ ଥାନା ଅଧିିକାରୀ କଲ୍ୟାଣୀ ବେହେରା ଏକ ପ୍ଲାଟୁନ ପୁଲିସ ଫୋର୍ସ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ଗଛ କଟାକାର୍ଯ୍ୟରେ ବିରୋଧ ନକରି ବାକୁ କହିଥିଲେ । ତେବେ ଦୀର୍ଘ ଦିନରୁ ଏହି ଗଛଗୁଡିକ ଗୁମାଡେରାରେ ରହିଛି । ଏହା ଗୁମାଡେରାରର ପରିଚୟ । ଏହା ଲୋକଙ୍କୁ ଛାୟୀ, ପଥଚାରୀଙ୍କୁ ଆଶ୍ରୟ, ଜୀବ ଜଗତକୁ ଅମ୍ଲଜାନ ଯୋଗାଉଛି । ଦୀର୍ଘ ୫୦ ବର୍ଷରୁ ଉର୍ଦ୍ଧ ହେବ ଗଛଗୁଡିକ ଏଠାରେ ରହି ଛାୟା ଦେଉ ହୋଇଥିବାରୁ ପ୍ରତ୍ୟେକ ବେଲପାହାଡବାସୀଙ୍କ ଭାବାବେଗ ସହିତ ଜଡିତ ବୋଲି କହିଥିଲେ।ସେମାଙ୍କ ଭିତରୁ ଗୋଟିଏ ଗଛ ୧୦୦ ବର୍ଷ ରୁ ଅଧିକ ହୋଇଥିବା ସମୟରେ ଏହା ବିଜୁ ପଟ୍ଟନାୟକ ଛକ ର ସ୍ମାରକୀ ବହନ କରୁଥିବା ଯୋଗୁ ଏହା ସ୍ୱାଭିମାନ ର ପ୍ରତୀକ ବୋଲି ଦେବୀ ମିଶ୍ର କହିଥିଲେ। । ତେଣୁ ଗଛଗୁଡିକୁ କଟା ନଯାଇ ରସ୍ତା ପ୍ରଶସ୍ତିକରଣ କରାଯାଉବୋଲି ଲୋକେ କହିବାସହ ଗଛକଟାକୁ ତୀବ୍ର ବିରୋଧ କରିଥିଲେ । ଗଛ କାଟିବା ପାଇଁ ଅନୁମତି ମିଳିଥିବା ସମୟରେ ପ୍ରଶାସନ କୁ ଗଛକଟା କାର୍ଯ୍ୟ ସମ୍ପଣ୍ଣ ସହଯୋଗ କରିବାକୁ ତହସିଲଦାର ଶ୍ରୀ ପାଣ୍ଡେ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ଅନୁରୋଧ କରିଥିଲେ। ଏଥିରେ ବିରୋଧ କରି ମାନେ ଶୁଣିବାକୁ ପ୍ରସ୍ତୁତ ନଥିଲେ।ଗଛ ନକାଟି ମଧ୍ୟ ରାସ୍ତା ନିର୍ମାଣ ହୋଇପାରିବ ବୋଲି କହି ଥିଲେ। ଏଭଳି ନିର୍ଦେଶ ଅନ୍ୟାୟ କହି ଜାଗା ଛାଡିବାକୁ ରାଜି ହୋଇନଥିଲେ। ଫଳରେ ବିରୋଧକରୁଥିବା ଲୋକଙ୍କ ମଧ୍ୟରୁ ଦେବୀ ପ୍ରସାଦ ମିଶ୍ର,ରାଜେଶ ଭୋଇ, କହ୍ନେୟା ଝା, ରାହୁଲ ମହାକୁଡ, ଗତିକୃଷ୍ଣ ମିଶ୍ର, ସୁବ୍ରଜିତ ଜେନା, ଆଶିଷ ଘୋଷ, ଗୋବିନ୍ଦ ଗୁପ୍ତା ପ୍ରମୁଖଙ୍କସହ ମୋଟ ୮ ଜଣ ବ୍ୟକ୍ତିଙ୍କୁ ଘଟଣା ସ୍ଥଳରୁ ପୁଲିସ ଉଠାଇ ନେଇ ପ୍ରତିରୋଧକମୂଳକ ଭାବରେ ଅଟକ ରଖାଯାଇଥିବା ବେଲପାହାଡ଼ ଥାନା ଅଧିକାରୀ ଶ୍ରୀ ବିଶ୍ୱାଳ ସୂଚନା ଦେଇଛନ୍ତି । ଏହା ପରେ ପ୍ରଶାସନ ରସ୍ତା ପ୍ରଶସ୍ତିକରଣ ପାଇଁ ଗୁମାଡେରା ମୋଟ ୯ଟି ଗଛ କାଟିବାକୁ ଥିବାବେଳେ ୪ଟି ଗଛ କଟାଯାଇ ସାରିଛି ଓ ଗଛକଟା କାମ ଚାଲିଥିବା ଜଣା ପଡ଼ିଛି।
Follow Us