କନ୍ଧମାଳରେ ମାଓ ହିଂସା : ଗୁଳିମାଡରେ ମହିଳା ପୋଲିଂ ସୁପରଭାଇଜରଙ୍କ ମୃତ୍ୟୁ

Advertisment
କନ୍ଧମାଳରେ ମାଓ ହିଂସା : ଗୁଳିମାଡରେ ମହିଳା ପୋଲିଂ ସୁପରଭାଇଜରଙ୍କ ମୃତ୍ୟୁ

ଫୁଲବାଣୀ: ନିର୍ବାଚନକୁ ବିରୋଧ କରୁଥିବା ମାଓବାଦୀମାନେ କନ୍ଧମାଳ ଜିଲ୍ଲାରେ ହିଂସାକାଣ୍ଡ  ଭିଆଇଥିବା ନଜରକୁ ଆସିଛି।

ମିଳିଥିବା ସୂଚନା ଅନୁସାରେ,  କନ୍ଧମାଳ ଜିଲ୍ଲାର ଗୋଛାପଡ଼ା-ବାନ୍ଦାପାଡା ଠାରେ ମାଓବାଦୀଙ୍କ ଗୁଳିମାଡରେ ଜଣେ ମହିଳା ପୋଲିଂ ସୁପରଭାଇଜରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଗୁଳିମାଡରେ ନିହତ ସୁପରଭାଇଜର ସଂଯୁକ୍ତ ଦିଗାଲ୍‌ ବୋଲି ଜଣାପଡ଼ିଛି। ଏହି ଘଟଣା ପରେ ନିର୍ବାଚନ କାର୍ଯ୍ୟରେ ଥିବା କର୍ମଚାରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ଆଜି ସକାଳେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ସୁମେରବନ୍ଧ ଗ୍ରାମ ପଞ୍ଚାୟତ ଅଞ୍ଚଳର ମିନଗୁନିପଦର ଠାରେ ମାଓବାଦୀମାନେ ପୋଲିଙ୍ଗ୍‌ ପାର୍ଟି ଯାଉଥିବା ଗୋଟିଏ ଗାଡ଼ିକୁ ପୋଡ଼ି ଦେଇଥିଲେ। ଗାଡ଼ିଟିକୁ ପୋଡ଼ିବା ପୂର୍ବରୁ ମାଓବାଦୀମାନେ ପୋଲିଙ୍ଗ୍‌ ପାର୍ଟିର ସମସ୍ତ ସଦସ୍ୟଙ୍କୁ ଓହ୍ଲାଇ ଦେଇଥିବା ଖବର ଆସିଛି। ସମସ୍ତ ପୋଲିଂ କର୍ମଚାରୀ ସୁରକ୍ଷିତ ଅଛନ୍ତି ବୋଲି ପ୍ରାଥମିକ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe