ପତ୍ନୀହନ୍ତା ସ୍ବାମୀକୁ ଆଜୀବନ କାରାଦଣ୍ଡ

Advertisment
ସ୍ତ୍ରୀ ହତ୍ୟା ମାମଲା: ଆସାମୀ ନିର୍ଦ୍ଦୋଷରେ ଖଲାସ

ବାଲେଶ୍ବର: ମାନ୍ୟବର ଜିଲ୍ଲା ଜଜ୍‌ ଭଗବାନ ପ୍ରଧାନ ଆଜି ଏକ ପତ୍ନୀ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ବାମୀ ଯଦୁନାଥ ନାୟକଙ୍କୁ ଆଜୀବନ କାରାଦଣ୍ତରେ ଦଣ୍ତିତ କରିବା ସହ ୫ ହଜାର ଟଙ୍କା ଜରିମାନା ରାୟ ଶୁଣାଣି କରିଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ୩ ମାସ କାରାଦଣ୍ତ ରାୟରେ ଶୁଣାଣି କରିଛନ୍ତି। ୨୦୧୬ ମସିହା ଅଗଷ୍ଟ ୨୦ ତାରିଖରେ ଖନ୍ତାପଡ଼ା ଥାନା ଅଧୀନ ମାଣକାହାଣୀ ଗ୍ରାମରେ ଜଗନ୍ନାଥ ନାୟକଙ୍କ ପତ୍ନୀ ସୁକାନ୍ତି ନାୟକଙ୍କୁ ଯୌତୁକ ନିର୍ୟାତନା ଦେବାସହ ନିର୍ମମ ହତ୍ୟା କରାଯାଇଥିବା ଅଭିଯୋଗ ଆସିଥିଲା। ଏନେଇ ସୁକାନ୍ତିଙ୍କ ଭାଇ ତଥା ସୋର ଥାନା ଅଠିଳାବାଜ ଗ୍ରାମର ମୁକ୍ତିକାନ୍ତ ଦାସ ଭଉଣୀର ମୃତ୍ୟୁନେଇ ସ୍ବାମୀ ଜଗନ୍ନାଥ ନାୟକ, ଶ୍ବଶୁର ଜଳଧର ନାୟକ, ଶାଶୂ ସରସ୍ବତୀ ନାୟକଙ୍କ ସମେତ ପରିବାରର ୫ ଜଣଙ୍କ ବିରୋଧରେ ଖନ୍ତାପଡ଼ା ଥାନାରେ ଏତଲା ଦେଇଥିଲେ।

ଥାନା ପକ୍ଷରୁ କେସ୍‌ ନମ୍ବର ୩୧୦/୧୬ ମାମଲା ରୁଜୁ କରାଯାଇ ମୁଖ୍ୟ ଅଭିଯୁକ୍ତ ସୁକାନ୍ତିର ସ୍ବାମୀ ଯଦୁନାଥ ନାୟକ ବିରୋଧରେ ଚାର୍ଜଫ୍ରେମ୍ ହୋଇଥିଲା। ଏହାପରେ ଖନ୍ତାପଡ଼ା ଥାନା ମାମଲା ୩୧୦/୧୬ ଓ ଏସଟି ୧୫/୧୭ ମାମଲା ମାନ୍ୟବର ଜିଲ୍ଲା ଜଜ୍‌ଙ୍କ ଅଦାଲତରେ ବିଚାରାଧୀନ ଥିଲା। ଆଜି ପୂର୍ବାହ୍ନରେ ମାନ୍ୟବର ଜିଲ୍ଲା ଜଜ୍ ଭଗବାନ ପ୍ରଧାନ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ଅଭିଯୁକ୍ତ ଯଦୁନାଥ ନାୟକଙ୍କୁ ଧାରା ୩୦୨ରେ ଦୋଷୀସାବ୍ୟସ୍ତ କରି ଆଜୀବନ କାରାଦଣ୍ତ ଶୁଣାଇଥିଲେ। ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ତଥା ପବ୍ଲିକ ପ୍ରସିକ୍ୟୁଟର ପ୍ରଶାନ୍ତ କୁମାର ମଲ୍ଲିକ ଏହି ମାମଲା ପରିଚାଳନା କରୁଥିଲେ। ସୂଚନାଥାଉକି, ଗିରଫ ହେବା ଦିନ ଠାରୁ ଅଭିଯୁକ୍ତ ଯଦୁନାଥ ବାଲେଶ୍ବର ଜିଲ୍ଲା କାରାଗାରରେ ବିଚାରାଧୀନ ବନ୍ଦି ଭାବେ ଦିନ ବିତାଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe