ନାବାଳିକା ଦୁଷ୍କର୍ମ ଘଟଣାରେ ୧୦ବର୍ଷ କାରାଦଣ୍ଡ ଶୁଣାଇଲେ ଅତିରିକ୍ତ ଜିଲ୍ଲା ଜଜ୍‌

Advertisment
ନାବାଳିକା ଦୁଷ୍କର୍ମ ଘଟଣାରେ ୧୦ବର୍ଷ କାରାଦଣ୍ଡ ଶୁଣାଇଲେ ଅତିରିକ୍ତ ଜିଲ୍ଲା ଜଜ୍‌

Sambad

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଏକ ଗ୍ରାମରେ ଗତ ୩୦।୯।୨୦୦୫ ତାରିଖ ଦିନ ଶୌଚ କରିବାକୁ ଯାଇ ଥିବାବେଳେ ବ୍ରହ୍ମାନନ୍ଦ ବାଗ, କୁଳମଣୀ ଠାକୁର ଓ ଅନୀଲ ସେନାପତି ନାବାଳିକାକୁ ଜୋର ବଳପୂର୍ବକ ଉଠାଇ ନେଇ ଦୁଇଦିନ ଧରି ଅଟକ ରଖିଥିଲେ। ଦୁଇଜଣ ସହଯୋଗୀଙ୍କ ସହାୟତାରେ ବ୍ରହ୍ମାନନ୍ଦ ବାଗ ଉକ୍ତ ନାବାଳିକାକୁ ଦୁଷ୍କର୍ମ କରିଥିଲେ। ଏପରିକି ଏକ ଲକ୍ଷ ଟଙ୍କା ଦେଲେ ନାବାଳିକା ଛାଡିବାକୁ ନାବାଳିକାଙ୍କ ବାପାଙ୍କୁ ଧମକ ଦେଇଥିଲେ। ନାବାଳିକାର ବାପା ଏହି ଘଟଣା ବିଷୟରେ ଜୁନାଗଡ଼ ପୁଲିସକୁ ଜଣାଇବାପରେ ପୁଲିସ ଗତ ୨।୧୦।୨୦୦୫ ତାରିଖ ଦିନ ନାବାଳିକାକୁ ମୁକୁନ୍ଦପୁର ଜଙ୍ଗଲରୁ ଉଦ୍ଧାର କରି କେସ ନ -୧୨୫/୨୦୦୫ଦଫା ୩୨୮, ୩୬୪(ଏ) ୩୭୬(୨ଶ)ରେ ଅଭିଯୁକ୍ତ ବ୍ରହ୍ମାନନ୍ଦ ବାଗକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।

ଏହି ଘଟଣାରେ ସମ୍ପୃକ୍ତ ଦୁଇଜଣ ସହଯୋଗୀ ଫେରାର ମାରିଥିଲେ। ସମସ୍ତ ସାକ୍ଷ ପ୍ରମାଣକୁ ଆଧାର କରି ଆଜି ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ ବନ୍ଦନା କର ଅଭିଯୁକ୍ତଙ୍କୁ ୧୦ବର୍ଷ କାରାଦଣ୍ଡ ଆଦେଶ ପ୍ରଦାନ କରିବାସହ  ୨୦ ହଜାର ଟଙ୍କା ଜୋରିମାନା ଶୁଣାଇଛନ୍ତି। ଏ ମାମଲାକୁ ସରକାରୀ ଓକିଲ ପୂର୍ଣ୍ଣଚନ୍ଦ୍ର ନାଗ ପରିଚାଳନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe