ବିଦ୍ୟାଳୟ ପକ୍ଷରୁ ପୂରା ଉଆଁସ ପାଳିଲେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ

Advertisment
ବିଦ୍ୟାଳୟ ପକ୍ଷରୁ ପୂରା ଉଆଁସ ପାଳିଲେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ

ବରଗଡ଼: ସ୍ଥାନୀୟ ବାପୁଜୀ ସ୍ବତନ୍ତ୍ର ବିଦ୍ୟାଳୟ ପକ୍ଷରୁ କୃଷିଭିତ୍ତିକ ପର୍ବ ପୂରା ଉଆଁସ ପାଳନ କରାଯାଇଛି। ଏହି ଅବସରରେ ସ୍କୁଲ ପରିଚାଳନା କମିଟି ସଭାପତି ଡ. ଜୟଦେବ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ସାଧୁ ନେପାକ, ସମ୍ମାନିତ ଅତିଥି ପୌରାଧ୍ୟକ୍ଷା କଳ୍ପନା ମାଝୀ, ନନ୍ଦିଘୋଷ ମହାପାତ୍ର, ଯଶୋଦା ମିଶ୍ର, ଭକ୍ତଚରଣ ସାହୁ, ପବିତ୍ର ଦେହେରୀ, ମାମି ମିଶ୍ରଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ପ୍ରଧାନଶିକ୍ଷକ କିଶୋରଚନ୍ଦ୍ର ସାହୁ ସଭା ପରିଚାଳନା ଓ ଦୁଃଖୀସେବକ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅତିଥିମାନେ ପୂଜାର୍ଚ୍ଚନା ପରେ କୃଷକ ବେଶରେ ଥିବା ଦିବ୍ୟାଙ୍ଗ ଛାତ୍ରମାନେ ପୂରା ବଳଦ, ଘୋଡ଼ା, ହାତୀ ଆଦି ଗାଡ଼ିକୁ ଟାଣି ଶୋଭାଯାତ୍ରାରେ ବାହାରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe