ଫେସବୁକ୍‌ରେ ଭିଡିଓ ଅପ୍‌ଲୋଡ କରି ଆତ୍ମହତ୍ୟା ଘଟଣା : ମୃତ ଯୁବକଙ୍କ ପତ୍ନୀ ଓ ତାଙ୍କ ପ୍ରେମିକଙ୍କ ବିରୋଧରେ ମାମଲା ରୁଜୁ

Advertisment
ଫେସବୁକ୍‌ରେ ଭିଡିଓ ଅପ୍‌ଲୋଡ କରି ଆତ୍ମହତ୍ୟା ଘଟଣା  : ମୃତ ଯୁବକଙ୍କ ପତ୍ନୀ ଓ ତାଙ୍କ ପ୍ରେମିକଙ୍କ ବିରୋଧରେ ମାମଲା ରୁଜୁ

ପୁରୀ: ଆତ୍ମହତ୍ୟା ପୂର୍ବର ଫେସ୍‌ବୁକ୍‌ରେ ଭିଡିଓ ଅପଲୋଡ୍‌ କରି ଆତ୍ମହତ୍ୟା କରିଥିବା ସଦର ଥାନା ଗଡ଼ଭିଙ୍ଗୁରା ଗ୍ରାମର ଶାନ୍ତନୁ ପାତ୍ରଙ୍କ ପତ୍ନୀ ଓ ତାଙ୍କ ପତ୍ନୀଙ୍କ ପ୍ରେମିକ ବିରୋଧରେ ସୋମବାର ମାମଲା ରୁଜୁ ହୋଇଛି। ମୃତ ଶାନ୍ତନୁଙ୍କ ପରିବାର ପକ୍ଷରୁ ସଦର ଥାନାରେ ହୋଇଥିିବା ଅଭିଯୋଗ ଭିତ୍ତିରେ ପୁଲିସ ପତ୍ନୀ ଓ ଅଭିଯୁକ୍ତ ପ୍ରେମିକଙ୍କୁ ୨୯୪,୩୨୩,୩୦୬ ଓ ୩୪ ଦଫା ଲଗାଇଛି।

ସୋସିଆଲ ମିଡିଆରେ ଶେଷକଥା କହି ସ୍ୱାମୀ ଶାନ୍ତନୁ ଆତ୍ମହତ୍ୟା କରିବା ପରେ ପୁଲିସ ପତ୍ନୀ ଓ ତାଙ୍କ ପ୍ରେମିକ ଅମରେଶ ସ୍ୱାଇଁଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା କରିଥିଲା। ଚଳିତ ବର୍ଷ ମାର୍ଚ୍ଚ ମାସରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଶାନ୍ତନୁ, କିନ୍ତୁ ବିବାହର ମାସ କେଇଟା ଭିତରେ ସ୍ତ୍ରୀଙ୍କର ଅନ୍ୟ ଯୁବକଙ୍କ ସହ ଅନୈତିକ ସମ୍ପର୍କ ଥିବା ସନ୍ଦେହ କରିଥିଲେ । ଯାହା ତାଙ୍କ ବୈବାହିକ ଜୀବନକୁ ଦୁର୍ବସହ କରି ଦେଇଥିଲା। ଯାହା ତାଙ୍କୁ ଆତ୍ମହତ୍ୟାର ପଥ ବାଛିବାକୁ ବାଧ୍ୟ କରିଥିଲା ବୋଲି ଶାନ୍ତନୁ ଆତ୍ମହତ୍ୟା କରିବା ଆଗରୁ ଫେସବୁକରେ ନିଜର ମନର କଥାକୁ ସେୟାର କରିଥିଲେ । ସ୍ତ୍ରୀଙ୍କ ଚରିତ୍ର ଉପରେ ସନ୍ଦେହ କରି ଆତ୍ମହତ୍ୟା କରିଥିବା କଥା କହିଥିଲେ। ସେତେବେଳେ ସେହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

publive-image

ମାତ୍ର ଯୁବକଙ୍କ ଆତ୍ମହତ୍ୟା ପରେ ପୁଲିସ ତାଙ୍କ ପତ୍ନୀଙ୍କୁ ଏ ସମ୍ପର୍କରେ ପଚରାଉଚରା ପାଇଁ ଥାନାକୁ ଡକାଇଥିଲା। ଶାନ୍ତନୁଙ୍କ ଅଭିଯୋଗକୁ ଖଣ୍ଡନ କରିଥିଲେ ପତ୍ନୀ ।ସେ କହିଥିଲେ ସଫ୍ଟୱେୟାର ଇଞ୍ଜିନିୟର କହି ତାଙ୍କୁ ଶାନ୍ତନୁ ବିବାହକରିଥିଲେ। କିନ୍ତୁ ସେ ବେଙ୍ଗୁଲୁରରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରୁଥିଲେ। ଅପରପକ୍ଷେ ସ୍ୱାମୀ ଅଭିଯୋଗ କରୁଥିବା ଜଗତସିଂହପୁରରଅମରେଶ ସ୍ୱାଇଁଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ ।

ସୂଚନାଯୋଗ୍ୟ ଯେ, ସ୍ତ୍ରୀ ଓ ଶ୍ୱଶୁର ଘର ଲାକଙ୍କୁ ନେଇ ମାନସିକ ଅଶାନ୍ତିରେ ଥିବା ପୁରୀ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଗଡ଼ଭିଙ୍ଗୁରା ଗ୍ରାମର ଶାନ୍ତନୁ ପାତ୍ର ନାମକ ଜଣେ ଯୁବକ ଆତ୍ମହତ୍ୟା କରିବେ ବୋଲି ଗତ ୯ ତାରିଖ ଦିନ ସୋସିଆଲ ମିିଡିଆରେ ଭିଡିଓ ଛାଡ଼ିବାର ୯ ଘଣ୍ଟା ପରେ ତାଙ୍କ ମୃତଦେହ ଗାଁ ମୁଣ୍ଡରେ ଥିବା ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲାି। ଖବର ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଥିଲା।

publive-image

ମିଳିଥିବା ସୂଚନା ଅନୁଯାୟୀ, ଗତ ୮ ତାରିଖ ରାତିରେ ଗଡ଼ଭିଙ୍ଗୁରା ଗ୍ରାମର ଶାନ୍ତନୁ ସୋସିଆଲ ମିଡିଆ ଫେସ୍‌ବୁକ୍‌ରେ ଏକ ଭିଡିଓ ଛାଡ଼ିଥିଲେ। ଏଥିରେ ସେ ତାଙ୍କ ସ୍ତ୍ରୀଙ୍କର ଅନ୍ୟ ଜଣେ ଯୁବକଙ୍କ ସହିତ ପ୍ରେମ ସମ୍ପର୍କ, ଏପରିକି ବିବାହ ପରେ ମଧ୍ୟ ସେ ସମ୍ପର୍କ ରଖିଥିବା ବେଳେ ତାଙ୍କ ଶ୍ୱଶୁର , ଶଳା ପ୍ରମୁଖ ତାଙ୍କୁ ହଇରାଣ କରିଥିବା ଅଭିଯୋଗ କରିଛନ୍ତି। ତାଙ୍କ ସ୍ତ୍ରୀ, ଶ୍ୱଶରୁର ଘର ଲୋକଙ୍କ ପାଇଁ ତାଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଥିବା ଦର୍ଶାଇ ସେ ଆତ୍ମହତ୍ୟା ବ୍ୟତୀତ ବିକଳ୍ପ ନାଙ୍କ ପାଖରେ ନାହିଁ ବୋଲି ଗତ୮ ତାରିଖ ରାତିରେ ଭିଡିଓ ଅପଲୋଡ୍‌ କରିଥିଲେ।।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe