ନୂଆବର୍ଷ ଅଭିନନ୍ଦନ ଲେଖାକୁ ନେଇ ଦୁଇ ଗାଁ ମଧ୍ୟରେ ଗଣ୍ଡଗୋଳ, ୧୦ ଆହତ

ନୂଆବର୍ଷ ଅଭିନନ୍ଦନ ଲେଖାକୁ ନେଇ ଦୁଇ ଗାଁ ମଧ୍ୟରେ ଗଣ୍ଡଗୋଳ, ୧୦ ଆହତ

ବ୍ରହ୍ମଗିରି: ନୂଆବର୍ଷ ଅଭିନନ୍ଦନ ଲେଖାକୁ ନେଇ  ବ୍ରହ୍ମଗିରି ଥାନା ମହାରାଜପୁର ଓ ଡୁମୁଡୁମା ଗାଁ ମଧ୍ୟ୍ୟରେ ବିବାଦ ଦେଖା ଦେଇଛି। ଗତକାଲି ରାତିରୁ ଏହି ବିବାଦ ଆରମ୍ଭ ହୋଇଛି ଆଜି ସକାଳୁ ବିବାଦ ଉଗ୍ର ରୂପ ନେଇଛି। ସକାଳୁ ମହାରାଜପୁର ଗାଁ ଭିତରେ ଓ ରାସ୍ତାରେ ଡୁମୁଡୁମା ଲୋକେ ଅଶାଳୀନ ଭାଷାରେ ଲେଖିବା ପରେ ମହାରାଜପୁର ଗାଁ ଲୋକେ ଡୁମୁଡୁମା ଲୋକଙ୍କୁ ପଚାରିବାରେ ହଠାତ ପିଟିବା ଆରମ୍ଭ କରିଥିଲେ। ଏଥିରେ ମହାରାଜପୁର ଗାଁର ୧୦ ଜଣ ଆହତ ହୋଇ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି।

ଏଣେ ନ୍ୟାୟ ଦାବି କରି ମହାରାଜପୁର ଗାଁ ଲୋକେ ବ୍ରହ୍ମଗିରି - କୁସୁବେଣ୍ଟି ରାସ୍ତାର ବରପାଣିଆ ଛକଠାରେ ଟାୟାର ଜାଳି ରାସ୍ତା ଅବରୋଧ କରି ବସିଛନ୍ତି। ବ୍ରହ୍ମଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe