କୃଷ୍ଣପ୍ରସାଦ ଥାନାରେ ଭଙ୍ଗାରୁଜା ଘଟଣାରେ ୧୫ ଗିରଫ

Advertisment
କୃଷ୍ଣପ୍ରସାଦ ଥାନାରେ ଭଙ୍ଗାରୁଜା ଘଟଣାରେ ୧୫ ଗିରଫ

publive-imageବ୍ରହ୍ମଗିରି : ଚିଲିକାର କହୁଣିଆ ଓ ଶାଗଖିଆ ଚିଙ୍ଗୁଡ଼ି ଘେରି ମାଲିକାନାକୁ ନେଇ ସଂଘର୍ଷ ଘଟଣାରେ ପୁଲିସର ଏକତରଫା କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଗତକାଲି ଲୁଲୁ ସେନା ଓ କୃଷ୍ଣପ୍ରସାଦ ବିଜେପି ପକ୍ଷରୁ କୃଷ୍ଣପ୍ରସାଦ ଥାନା ଘେରାଉ ହୋଇଥିଲା। ଘେରାଉବେଳେ ଉତ୍ତ୍ୟକ୍ତ ଲୋକେ ଥାନା ଭିତରେ ପଶି ଭଙ୍ଗାରୁଜା କରିବା ସହିତ କେହି ମାଜିଷ୍ଟ୍ରେଟ୍‌ଙ୍କ ଗାଡ଼ିକୁ ନିଆଁ ଲଗାଇ ଦେଇଥିଲା। ଏହି ଭଙ୍ଗାରୁଜା ଓ ଗାଡ଼ି ପୋଡ଼ି ଅଭିଯୋଗରେ ପୁଲିସ୍‌ ଗତକାଲି ରାତିରେ ୧୫ଜଣଙ୍କୁ ଗିରଫ କରିଛି। କୃଷ୍ଣପ୍ରସାଦ ଥାନା ଅଞ୍ଚଳରେ ଥିବା ବିଭିନ୍ନ ଗାଁରେ ଗତ ରାତିଠାରୁ ଚଢାଉ ଜାରି ରହିିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe