ପୁରୀ (ବିବୁଧ ମହାନ୍ତି): ସ୍ଥାନୀୟ ସଦର ମୁଖ୍ୟ ଚିକିତ୍ସାଳୟରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ପୁରୀ ସଦର ମୁଖ୍ୟ ଚିକିତ୍ସାଳୟର ୨ଶହ ଶଯ୍ୟା ବିଶିଷ୍ଠ କୋଠା ନିର୍ମାଣ ହେଉଛି। ଏହି କୋଠା ପାଇଁ ପାଣି ଯୋଗାଇବାକୁ ବୋର୍‌ୱେଲ୍‌ ଖୋଳା ହେଉଛି। ଏକ ବୋର୍‌ୱେଲ୍‌ରେ ପଡ଼ି ଜଣେ ଦେଢ଼ ବର୍ଷ ବୟସର ଶିଶୁକନ୍ୟାର ଜୀବନ ଚାଲିଯାଇଛି। ମୃତ ଶିଶୁକନ୍ୟା ହେଲା ସମାୟିରା ନାୟକ।

Advertisment

ସୂଚନା ଅନୁସାରେ ନରେନ୍ଦ୍ର କୋଣ ମଙ୍ଗଳାସାହି ବାସିନ୍ଦା ଅଜୟ ନାୟକଙ୍କ ଦେଢ଼ ବର୍ଷ ବୟସର ଶିଶୁକନ୍ୟା ସମାୟିରା ନାୟକ ରାୟବାହାଦୂର ଲେନ୍‌ରେ ଥିବା ମାମୁଁ ଘରକୁ ବୁଲିବାକୁ ଆସିଥିଲା। ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନିର୍ମାଣାଧୀନ କୋଠା ପାଖରେ ଶିଶୁକନ୍ୟା ଖେଳୁ ଥିଲା। ଆଜି ଅପରାହ୍ନ ସମୟରେ ଖେଳୁଥିବା ବେଳେ ‌ଅସାବଧାନତା ପାଇଁ ବୋର୍‌ୱେଲ୍‌ରେ ଗଳି ପଡ଼ିଥିଲା। ପରିବାର ଲୋକେ  ବହୁ ଖୋଜାଖୋଜି ଜାଣିବାକୁ ପାଇଲେ ଯେ, ଶିଶୁକନ୍ୟାଟି ବୋର୍‌ୱେଲ୍‌ରେ ଖସିପଡ଼ିଛି। 

ଆହୁରି ପଢ଼ନ୍ତୁ: Lucknow Car Accident: ଲୋକଙ୍କ ଉପରେ ଚଢ଼ିଗଲା ଦ୍ରୁତଗାମୀ କାର, ଦୁର୍ଘଟଣାରେ ଚାଲିଗଲା କୁନି ଝିଅର ଜୀବନ

ସ୍ଥାନୀୟ ଲୋକଙ୍କର ସୂଚନା କ୍ରମେ ଅଗ୍ନିଶମ ବାହିନୀ, ଓଡ୍ରାଫ୍‌ ଟିମ୍‌ ଏବଂ ଉଦ୍ଧାରକାରୀ ଦଳ ବୋରୱେଲରୁ ଶିଶୁକନ୍ୟାର ମୃତଦେହ ଉଦ୍ଧାର କରିଛନ୍ତି। ଏହି ଅପ୍ରୀତିକର ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଛି। ପ୍ରଶାସନିକ ଅବହେଳାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରକାଶ ପାଉଛି।