ଲକ୍ଷ୍ନୌ: ଗୁରୁବାର ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଏକ ହିଟ୍ ଆଣ୍ଡ ରନ୍ ମାମଲା ସାମ୍ନାକୁ ଆସିଛି। ସନ୍ଧ୍ୟା ପ୍ରାୟ ୬ଟାରେ ଏକ ଦ୍ରୁତଗାମୀ କାର ରାସ୍ତାରେ ଅନେକ ଲୋକଙ୍କ ଉପରେ ଚଢ଼ିଯାଇଛି, ଯେଉଁଥିରେ ଜଣେ ଛଅ ବର୍ଷ ଝିଅର ମୃତ୍ୟୁ ହେବା ସହ ୪ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣା ଘଟାଇବା ପରେ ବି ଦ୍ରୁତଗାମୀ କାର ଅଟକିନଥିଲା। ଡ୍ରାଇଭର ଜଣକ କାର ନେଇ ଫେରାର ମାରିଥିଲା। ସେହି ସମୟର ସିସିଟିଭି ଫୁଟେଜ୍ ମଧ୍ୟ ସାମ୍ନାକୁ ଆସିଛି।
ଅଧିକପଢ଼ନ୍ତୁ:ପରାଗ ହେବେ ରାଜସ୍ଥାନ ରୟାଲ୍ସର ନୂଆ ଅଧିନାୟକ
ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ସ୍ୱିଫ୍ଟ କାରର ଟାୟାର ପ୍ରଥମେ ଫାଟିଯାଇଥିଲା। କାରଣ କାରଟି ଦ୍ରୁତ ଗତିରେ ଚାଲୁଥିଲା, ଟାୟାର ଫାଟିବା ପରେ କାରଟି ସନ୍ତୁଳନ ହରାଇ ଦ୍ରୁତ ଗତିରେ ଗତି କଲା। ନିୟନ୍ତ୍ରଣ ବାହାରେ ଥିବା କାରଟି ଗୋଟିଏ ବାଇକ୍, ତା''ପରେ ଗୋଟିଏ ଅଟୋ-ରିକ୍ସା, ତା''ପରେ ଗୋଟିଏ ଟ୍ରାକ୍ଟର ଓ ଅନ୍ୟ କିଛି ଯାନକୁ ଧକ୍କା ଦେଲା। ଏହି ସମୟରେ, କିଛି ଲୋକ ରାସ୍ତା ପାର ହେଉଥିଲେ, ସେମାନଙ୍କୁ ବି ଦ୍ରୁତଗାମୀ କାର ଧକ୍କା ଦେଇଥିଲା, ଯେଉଁଥିରେ ଜଣେ ୬ବର୍ଷ କୁନି ଝିଅର ମୃତ୍ୟୁ ହୋଇଛି। ଡ୍ରାଇଭର ଘଟଣାସ୍ଥଳରୁ ପଳାଇ ଯାଇଥିବାବେଳେ ତାଙ୍କ ସହିତ ବସିଥିବା ଝିଅଟିକୁ ପୁଲିସ ହେପାଜତକୁ ନେଇ ଡ୍ରାଇଭରକୁ ଚିହ୍ନଟ କରିବାକୁ ଚେଷ୍ଟା କରୁଛି।
କାର ଧକ୍କାରେ ଶିଶୁର ଗଲା ଜୀବନ
ରିପୋର୍ଟ ଅନୁଯାୟୀ, ଦ୍ରୁତଗାମୀ କାରର ଡ୍ରାଇଭର ଜଣେ ଦ୍ଵାଦଶ ଶ୍ରେଣୀର ଛାତ୍ର। କଲେଜର ଫେରୱେଲ ପାର୍ଟି ସାରି ଲକ୍ଷ୍ନୌରୁ କାନପୁର ଯାଉଥିବା ରାସ୍ତାରେ ଏକ ମୋଟରସାଇକେଲ ସହିତ ତାଙ୍କର ଧକ୍କା ହୋଇଥିଲା। ଧକ୍କା ଯୋଗୁଁ ଗାଡିଟି ଅସନ୍ତୁଳିତ ହୋଇ ଏକ ଅଟୋରିକ୍ସା ତାପରେ ଏକ ଇ-ରିକ୍ସା ସହିତ ଧକ୍କା ହୋଇଥିଲା। ରାସ୍ତା ପାର ହେଉଥିବା ଲୋକମାନେ ମଧ୍ୟ ଧକ୍କା ଖାଇଥିଲେ। ବର୍ତ୍ତମାନ, ଅଭିଯୁକ୍ତ ପିଲାଟି ଫେରାର ଅଛି ଏବଂ ପୁଲିସ ଘଟଣାର ତଦନ୍ତ କରୁଛି।
ଅଧିକପଢ଼ନ୍ତୁ:ବରିଷ୍ଠ ରାଜନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ପରଲୋକ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/13/ui34r2375-2026-02-13-16-01-36.jpeg)