ପୁରୀ: ଡେଲାଙ୍ଗରେ ବଜ୍ରପାତ, ୨ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି

Advertisment
ପୁରୀ: ଡେଲାଙ୍ଗରେ ବଜ୍ରପାତ, ୨ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି

ଡେଲାଙ୍ଗ: ପୁରୀ ଜିଲ୍ଲା ଡେଲାଙ୍ଗ ଅଂଚଳରେ ବୁଧବାର ଅପରାହ୍ନରେ ବଜ୍ରପାତ ହେବାରୁ ୨ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଭାବେ ଆହତ ହୋଇଥିବା ୨ଜଣଙ୍କୁ ଡେଲାଙ୍ଗା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ଏଥି ମଧ୍ୟରୁ ଜଣଙ୍କର ସ୍ଥିତି ଉଦ୍‌ବେଗଜନକ ରହିଛି।

publive-image

ମିଳିଥିବା ସୂଚନା ଅନୁସାରେ ମୁନିନ୍ଦା ଗ୍ରାମରେ ସ୍ୱର୍ଗତ ଜଗନ୍ନାଥ ବେହେରାଙ୍କ ପୁଅ ମଧୁସୂଦନ ବେହେରା(୫୫) ଓ ଅର୍ଜୁନ ବେହେରାଙ୍କ ପୁଅ ବିଜୟ କୁମାର ବେହେରା (୬୦) ଗୋରୁ ଚରାଉଥିବା ବେଳେ ଆଜି ଅପରାହ୍ନରେ ବଜ୍ରପାତର ଶିକାର ହୋଇଥିଲେ। ବଜ୍ରପାତ ପରେ ସେମାନେ ଚେତାଶୂନ୍ୟ ହୋଇ ଯାଇଥିଲେ। ପରେ ତାଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଲେଖାଯିବା ଉଭୟଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe