ପୁରୀ: ୨୦ଟି ବାଇକ ଜବତ, ୪ ଗିରଫ

ପୁରୀ: ୨୦ଟି ବାଇକ ଜବତ, ୪ ଗିରଫ

ପୁରୀ: କୁମ୍ଭାରପଡ଼ା ପୁଲିସକୁ ବଡ଼ ସଫଳତା ମିଳିଛି। ପୁଲିସ ବିଭିନ୍ନ ସ୍ଥାନରୁ ଚୋରି ହୋଇଥିବା ୨୦ଟି ବାଇକକୁ ଜବତ କରିବା ସହ ଘଟଣାରେ ଜଡ଼ିତ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ବିଶେଷ ସୂତ୍ରରୁ ସୂଚନା ମିଳିବା ମାତ୍ରେ ପୁଲିସ ଚୋରମାନଙ୍କ ଉପରକୁ ଚଢ଼ାଉ କରିଥିଲା। ଗିରଫ ପରେ ପଚରାଉଚରା ବେଳେ ୨୦ଟି ଚୋରି ବାଇକ ସମ୍ପର୍କରେ ଜାଣିବାକୁ ପାଇଥିଲା। ସୂଚନାଯୋଗ୍ୟ, ବିଗତ ୬ମାସ ମଧ୍ୟରେ ପୁଲିସ ଦ୍ୱାରା ୪୭ଟି ଚୋରି ବାଇକ ଉଦ୍ଧାର କରାଯାଇଛି। ୨୦୧୭ ଜାନୁଆରି ୧ରୁ ଅଗଷ୍ଟ ୩୧ ମଧ୍ୟରେ ୧୦୭ଟି ବାଇକ ଚୋରି ହୋଇଥିବା ଅଭିଯୋଗ ହୋଇଛି।

ଅକ୍ଟୋବରେ ଜବତ ହୋଇଥିବା ବାଇକ୍‌

  • publive-imageବଜାଜ ପଲସର ୪ଟି
  • ହିରୋ ଗ୍ଲେମର ୨ଟି
  • ହିରୋ ସିବିଜେଡ ୧ଟି
  • ଆପାଚେ ୧ଟି
  • ହିରୋ ଇଗନେଟର ୧ଟି
  • ହିରୋ ସ୍ପେଣ୍ଡର ୨ଟି
  • ହିରୋ ପାସନ ୧ଟି
  • ହୋଣ୍ଡା ଡ୍ରିମ ଯୋଗା ୧ଟି
  • ହୋଣ୍ଡା ସାଇନ୍‌ ୧ଟି
  • ହିରୋ ମେଷ୍ଟିରୋ ୧ଟି
  • ବଜାଜ କ୍ୟାଲିବର ୧ଟି
  • ଡିସକଭର ୧ଟି
  • ବଜାଜ ସ୍କୁଟର ୧ଟି
  • ଟିଭିଏସ୍‌ ସ୍କୁଟି ୧ଟି
  • ୟାମାହା ଫେର୍ଜର ୧ଟି

ଭାରତୀୟ ଦଣ୍ଡ ସଂହିତା ଧାରା ୩୭୯ରେ ୧୮୨/୧୭, ୧୮୩/୧୭ ମାମଲା ରୁଜୁ କରି ବ୍ରହ୍ମଗିରି ଥାନା ସନ୍ଧ୍ୟାତଳା ଗ୍ରାମର ବଳଭଦ୍ର ବେହେରାଙ୍କ ପୁଅ ପ୍ରଦ୍ୟୁମ୍ନ ବେହେରା, ତିନିକୁଣ୍ଡି ଗ୍ରାମର ଅନିରୁଦ୍ଧ ପ୍ରଧାନଙ୍କ ପୁଅ ଅମୀୟ କୁମାର ପ୍ରଧାନ ଓରଫ ପପୁ, ବଂଶୀବାଡ଼ି ଗ୍ରାମର ମଇନା ଭୋଇଙ୍କ ପୁଅ କାର୍ତ୍ତିକ କୁମାର ଭୋଇ ଓରଫ ବୁଲା ଓ କୁମ୍ଭାରପଡ଼ା ଥାନା ନରେନ୍ଦ୍ରକୋଣର ରାମଚନ୍ଦ୍ର ବେହେରାଙ୍କ ପୁଅ ଦେବେନ୍ଦ୍ର ବେହେରା ଓରଫ ମୁନାକୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe