ଯୁବକଙ୍କୁ ମାଡ଼ ମାରି ୫ ହଜାର ଟଙ୍କା ଓ ମୋବାଇଲ୍ ଛଡ଼ାଇନେବା ଅଭିଯୋଗରେ ତିନି ଅଭିଯୁକ୍ତ ଗିରଫ

ଯୁବକଙ୍କୁ ମାଡ଼ ମାରି ୫ ହଜାର ଟଙ୍କା ଓ ମୋବାଇଲ୍ ଛଡ଼ାଇନେବା ଅଭିଯୋଗରେ ତିନି ଅଭିଯୁକ୍ତ ଗିରଫ

ପୁରୀ: ଜଣେ ଯୁବକଙ୍କୁ ଅସଭ୍ୟ ଭାଷ‌ାରେ ଗାଳିଗୁଲଜ କରି ମାଡ଼ ମାରି ତାଙ୍କଠାରୁ ୫ ହଜାର ଟଙ୍କା, ମୋବାଇଲ୍ ଛଡ଼ାଇନେବା ଅଭିଯୋଗରେ ତିନି ଅଭିଯୁକ୍ତଙ୍କୁ ପୁରୀ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଛି।

ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଓରା ସାହିର ପ୍ରଶାନ୍ତ ନାୟକ ନିଜ ଭାଇ ନିରାକର ନାୟକଙ୍କ ଠାରୁ ମା’ଙ୍କର ଚିକିତ୍ସା ଲାଗି ୫ ହଜାର ଟଙ୍କା ନେଇ ପୁରୀ ରେଳ ଷ୍ଟେସନକୁ ଯାଇଥିଲେ। ସେ ଧଉଳି ଏକ୍ସପ୍ରେସରେ ନିଜ ଘରକୁ ଫେରିଥାନ୍ତେ। ହେଲେ ଟ୍ରେନଟି ମିସ୍ କରିଥିଲେ। ଏହାପରେ ପ୍ରଶାନ୍ତ ନିକଟସ୍ଥ କଲ୍ୟାଣ ମଣ୍ଡପରେ ବସିଥିଲେ। ସେଠାରେ ତିନିଜଣ ଯୁବକ ଆସି ତାଙ୍କୁ ଅସଭ୍ୟ ଭାଷ‌ାରେ ଗାଳିଗୁଲଜ କରି ମାଡ଼ ମାରି ତାଙ୍କଠାରୁ ୫ ହଜାର ଟଙ୍କା, ମୋବାଇଲ୍ ଓ ମା’ଙ୍କ ଚିକିତ୍ସା ସଂପର୍କୀତ କାଗଜପତ୍ର ଛଡ଼ାଇନେଇଥିଲେ।

publive-image

ଏହାପରେ ସେ ଏନେଇ ଥାନାରେ ଏତଲା ଦେଇଥିଲେ। ପୁଲିସ ଗତକାଲି ଜଣେ ଅଭିଯୁକ୍ତ ସିଲୁ ନାୟକକୁ ଗିରଫ କରିଥିବା ବେଳେ ଆଜି ଆଉ ଦୁଇ ଅଭିଯୁକ୍ତ ଅନିଲ ନାୟକ ଓ ତୋଫାନୀ ବେହେରାକୁ ଗିରଫ କରିଥିଲା। ଏମାନଙ୍କ ଘର ପୁରୀ କୁମ୍ଭାରପଡ଼ା ଥାନା ଅଞ୍ଚଳରେ ବୋଲି ଜଣାଯାଇଛି। ଅଭିଯୁକ୍ତମାନଙ୍କଠାରୁ ୧ ହଜାର ଟଙ୍କା ଓ ୮ଟି ଦାମୀ ମୋବାଇଲ ଜବତ କରିଛି ପୁଲିସ। ଏମାନଙ୍କୁ ଆଜି କୋର୍ଟଚାଲାଣ କରାଯାଇଥିବାର ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe