ରାଜସ୍ୱ ମନ୍ତ୍ରୀଙ୍କ ପିଏଙ୍କୁ ହତ୍ୟା ଉଦ୍ୟମ ଘଟଣା : ୪ ସୁପାରି କିଲର୍‌ ଜେଲ୍‌ ଗଲେ

Advertisment
ରାଜସ୍ୱ ମନ୍ତ୍ରୀଙ୍କ ପିଏଙ୍କୁ ହତ୍ୟା ଉଦ୍ୟମ ଘଟଣା : ୪ ସୁପାରି କିଲର୍‌ ଜେଲ୍‌ ଗଲେ

ପୁରୀ : କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ଖାକିମଠ ନୂଆ ସାହିରେ ରାଜସ୍ୱ ମନ୍ତ୍ରୀଙ୍କ ପିଏ ଭବାନୀପ୍ରସାଦ ସାହୁଙ୍କୁ ହତ୍ୟା ଉଦ୍ୟମ ମାମଲାରେ ଗିରଫ ୪ ଅଭିଯୁକ୍ତଙ୍କୁ ପୁଲିସ ଆଜି କୋର୍ଟଚାଲାଣ କରିଛି। ସେମାନଙ୍କ ନିକଟରୁ ଆକ୍ରମଣରେ ବ୍ୟବହୃତ ଖଣ୍ଡା, ଭୁଜାଲି ଏବଂ ଗୋଟିଏ ଜିଆଇ ପାଇପ ଜବତ କରାଯାଇଛି। ଅଭିଯୁକ୍ତମାନଙ୍କ ଜାମିନ ଆବେଦନ ଖାରଜ ହୋଇଯିବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ପୁଲିସ କହିଛି ଯେ କୁମ୍ଭାରପଡ଼ା ମହାବୀର ମଣ୍ଡପ ପାଖରେ ରହୁଥିବା ଗଡ଼ିଶାଗୋଦା ଥାନା ଅନ୍ତର୍ଗତ ବସନ୍ତପୁର ନିବାସୀ ପିଙ୍କୁ ଓରଫ ସମ୍ବିତ ବାରିକ(୨୦), ଟାଉନ ଥାନା ଅନ୍ତର୍ଗତ ଦାମୋଦର ରୋଡ୍‌ ଫାଦର ସ୍କୁଲ ନିକଟରେ ରହୁଥିବା ରଞ୍ଜୁ ଓରଫ ରଞ୍ଜିତ ସାହୁ(୨୧) ଏବଂ ବାସେଳି ସାହି ଥାନା ଅନ୍ତର୍ଗତ ଅଲେଇ ଠାକୁରାଣୀଙ୍କ ମନ୍ଦିର ନିକଟରେ ରହୁଥିବା ଫୁଲବାଣୀ ନୂଆପୋଲ ନିବାସୀ ଗଣି ଓରଫ ଗଣେଶ ମହାନ୍ତି(୨୨) ପ୍ରମୁଖ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ପିଏ ଚୂଡ଼ଙ୍ଗ ସାହିର ଭବାନୀଙ୍କୁ ବିଭିନ୍ନ ମାରଣାସ୍ତ୍ରରେ ହାଣି ହତ୍ୟା ଉଦ୍ୟମ କରିଥିଲେ। ପରେ ସେମାନେ ଏକ ବାଇକ୍‌ରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଘଟଣାସ୍ଥଳରୁ ଏହି ଅଭିଯୁକ୍ତ ତିନିହେଁ ପିଙ୍କୁଙ୍କ ଘରକୁ ଆସି ସେଠାରେ ଭୁଜାଲିକୁ ଲୁଚାଇ ରଖିଥିଲେ। ଏହାପରେ ସେମାନେ ଜଟିଆବାଜି ଛକ ନିକଟକୁ ଯାଇଥିଲେ। ସେମାନଙ୍କୁ ଜଟିଆବାଜି ଛକ ନିକଟରେ ବ୍ରହ୍ମଗିରି ଥାନା ଅନ୍ତର୍ଗତ ରେବଣା ନୂଆଗାଁ ନିବାସୀ ଚଇନି ଓରଫ ରାଜେଲ ବରାଳ(୨୩) ଏକ ବାଇକ ଧରି ଅପେକ୍ଷା କରିଥିଲା। ଏଠାରେ ଅଭିଯୁକ୍ତମାନେ ଖଣ୍ଡା ଓ ଜିଆଇ ପାଇପକୁ ପାଚେରି କଡ଼ରେ ଲୁଚାଇ ରଖିଥିଲେ। ସେଠାରୁ ଦୁଇଟି ବାଇକରେ ଏହି ଚାରିଜଣ ଚଇନି ଘରକୁ ଚାଲିଯାଇଥିଲେ। ପରେ ସେଠାରୁ ତିନି ଜଣ ପିଙ୍କୁ ଘରକୁ ଚାଲିଯାଇଥିଲେ। ସେଠାରେ ସେମାନେ ଆତ୍ମଗୋପନ କରି ମାମଲା ଥଣ୍ଡା ହେବା ପରେ ପୁରୀକୁ ଫେରିଥିଲେ। ଏହି ସମୟରେ ସେମାନଙ୍କୁ ପୁରୀରୁ ଧରିଥିବା ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe