ପୁରୀ ମେଡିକାଲ୍‌ ଆଇସିୟୁରୁ କରୋନା ଆକ୍ରାନ୍ତ ଚିହ୍ନଟ; ଡାକ୍ତର, କର୍ମଚାରୀ ଓ ରୋଗୀ କ୍ବାରେଣ୍ଟାଇନ୍‌ରେ

Advertisment

ଆଜି ପୁରୀ ଜିଲ୍ଲାରୁ ସର୍ବାଧିକ ୯୦ ସଂକ୍ରମିତ ଚିହ୍ନଟ

ଆଜି ପୁରୀ ଜିଲ୍ଲାରୁ ସର୍ବାଧିକ ୯୦ ସଂକ୍ରମିତ ଚିହ୍ନଟ

ଜେଲ୍‌ରେ ଆଜୀବନ କଏଦୀଙ୍କ ମୃତ୍ୟୁ

Simply Odisha

ପୁରୀ: ପୁରୀ ମେଡିକାଲରେ ପଶିଲା କରୋନା। ପୁରୀ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଆଇସିୟୁରୁ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଆଇସିୟୁ ଦାୟିତ୍ବରେ ଥିବା ଡାକ୍ତର, କର୍ମଚାରୀ ଓ ସେଠାରେ ଚିକିତ୍ସିତ ହେଉଥିବା ସମସ୍ତ ରୋଗୀଙ୍କୁ କ୍ବାରେଣ୍ଟାଇନ୍‌ରେ ରଖାଯାଇଛିି। ଗତକାଲି ସଂଧ୍ୟାରେ ରୋଗୀ ଜଣକ କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିବା ପରେ ତାଙ୍କୁ ପୁରୀର କୋଭିଡ୍‌-ହସ୍ପିଟାଲ୍‌କୁ ପଠାଇ ଦିଆଯାଇଛି।

୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୩୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେବଳ ପୁରୀ ଜିଲ୍ଲାରୁ ଆଜି ସର୍ବାଧିକ ୯୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜାଣିବାକୁ ମିଳିଛି।

ପୁରୀ ସହରରୁ ୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଡେଲାଙ୍ଗରୁ ୨୭, ବ୍ରହ୍ମଗିରିରୁ ୧୬, କୃଷ୍ଣପ୍ରସାଦରୁ ୨୨, ପିପିଲିରୁ ୫, ଗୋପରୁ ୫, ନିମାପଡ଼ାରୁ ଜଣେ, ପିପିଲି ଏନ୍‌ଏସିରୁ ଜଣେ ଓ ପୁରୀ ସଦରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ସୂଚନା ରହିଛି।

publive-image
The Economic Times

ଆଜି ସୁଦ୍ଧା ପୁରୀରେ ସମୁଦାୟ ୫୮୮ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୩୪୭ ଜଣ ସୁସ୍ଥ ହୋଇଛନ୍ତି ଓ ୨ ଜଣଙ୍କର ମୃତ୍ୟୁ ଘଟିଛି। ୧୫୧ ଜଣ ଆକ୍ରାନ୍ତ ଏବେ ବି ସକ୍ରିୟ ଅଛନ୍ତି।

ପୁରୀ ସହରରେ ଏବେ ଘରଘର ବୁଲି ସର୍ଭେ ଚାଲିଛି। ଯେଉଁମାନଙ୍କ ଦେହରେ ଲକ୍ଷଣ ଦେଖାଯାଉଛି ସେମାନଙ୍କୁ ନେଇ କ୍ବାରେଣ୍ଟାଇନ୍‌ରେ ରଖାଯାଉଛି। ଖାଲି ସେତିକି ନୁହେଁ, ଅନ୍ୟ ରାଜ୍ୟରୁ ଆସୁଥିବା ଯାତ୍ରୀମାନଙ୍କୁ ବି କ୍ବାରେଣ୍ଟାଇନ୍‌ରେ ରଖାଯାଉଛି।

ଏବେ ସୁଦ୍ଧା ସମୁଦାୟ ୪୩,୦୦୦ ପରିବାରରୁ ଊର୍ଧ୍ବ ପରିବାରରେ ସର୍ଭେ ହୋଇ ସାରିଲାଣି। ୩୫୦ରୁ ଊର୍ଧ୍ବ ଲୋକଙ୍କୁ କ୍ବାରେଣ୍ଟାଇନ୍‌ରେ ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe