୧୪ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୫ ଗିରଫ

Advertisment
୧୪ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୫ ଗିରଫ

ପୁରୀ: ପୁରୀରୁ ୧୪୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବାର ଖବର ମିଳିଛି। ଏହି ମାମଲାରେ ୫ ଜଣଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି। ଜବତ ବ୍ରାଉନସୁଗାରର ମୂଲ୍ୟ ୧୪ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି।


ମିଳିଥିବା ସୂଚନା ଅନୁଯାୟୀ, ପୁରୀ ସହରର ବାସେଳିସାହି ଥାନା ଅନ୍ତର୍ଗତ ହୁଙ୍କାରେଶ୍ୱର ମନ୍ଦିର ମାତାମଠ ନିକଟରୁ ୧୪୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି। ଏହି ଘଟଣାରେ ଜଡ଼ିତ ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଅନିରୁଦ୍ଧ ଜୟସିଂହ, ରବି ନାଏକ, ବୁଦ୍ଧିଆ ସ୍ବାଇଁ, ଜୟପ୍ରକାଶ ଦାସ ଓ ଦୀପୁରଂଜନ ପ୍ରଧାନ। ଏମାନଙ୍କ ନିକଟରୁ ଏକ ଧଳା ରଙ୍ଗର ବ୍ରଜା କାର୍, ୟାମହା ମୋଟରସାଇକେଲ୍, ୫ଟି ମୋବାଇଲ୍ ଓ ନଗଦ ୫୦ ହଜାର ଟଙ୍କା ଜବତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe