ତିନୋଟି ପୃଥକ ଦୁର୍ଘଟଣାରେ ୧ ମୃତ, ୬ ଆହତ

Advertisment
ତିନୋଟି ପୃଥକ ଦୁର୍ଘଟଣାରେ ୧ ମୃତ, ୬ ଆହତ

Zee News

ପୁରୀ: ପୁରୀ ସମୁଦ୍ରକୂଳ ଥାନା ଅନ୍ତର୍ଗତ ବାଙ୍କିମୁହାଣ ପୋଲ ଉପରେ ଆଜି ଏକ ଭୟଙ୍କର ଦୁର୍ଘଟଣା ଘଟି ଯାଇଛି। ଏହି ଦୁର୍ଘଣାରେ ଜି ନିଳାଦ୍ରୀ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ଖବର ମିଳିଛି। ସମୁଦ୍ରକୂଳର ବାଙ୍କିମୁହାଣ ପୋଲ ଉପରେ ଏକ ଜେସିବି ପିଟି ଦେବାରୁ ନିଳାଦ୍ରୀଙ୍କ ଜୀବନ ଯାଇଥିବା ସୂଚନା ରହିଛି। ମୃତ୍ୟୁବରଣ କରିଥିବା ନିଳାଦ୍ରୀଙ୍କ ଘର ଚକ୍ରତୀର୍ଥ ରୋଡ ନୂଆ ସାହି ବୋଲି ଜାଣିବାକୁ ମିଳିଛି। ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସେହିପରି ସମ୍ବଲପୁରର ଯୁଜୁମୁରା ବ୍ଲକ ଅନ୍ତର୍ଗତ ଜାମତଳଠାରେ ମଧ୍ୟ ଆଜି କିଛି ସମୟ ମଧ୍ୟରେ ଦୁଇ ଥର ଦୁର୍ଘଟଣା ଘଟିଛି। ପ୍ରଥମେ ଏକ ଟ୍ରକ ସହ ଆମ୍ବୁଲାନ୍ସ ଧକ୍କା ହୋଇ ଦୁର୍ଘଟଣା ଘଟିିଥିଲା। ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌ଟି ସେଠାରୁ ଆଉ କିଛି ବାଟ ଯିବା ପରେ ଏକ ବାଇକ୍‌କୁ ଧକ୍କା ଦେଇଥିଲା। ମାତ୍ର କିଛି ସମୟ ମଧ୍ୟରେ ଦୁଇ ଥର ଘଟିଥିବା ଦୁର୍ଘଟଣାରେ ୬ ଜଣ ଆହତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe