ସ୍ଥାୟୀ ପଟ୍ଟା ପ୍ରଦାନ ଦାବିରେ ପୁରୀ ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ

ସ୍ଥାୟୀ ପଟ୍ଟା ପ୍ରଦାନ ଦାବିରେ ପୁରୀ ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ

ପୁରୀ: ସ୍ଥାୟୀ ପଟ୍ଟା ପ୍ରଦାନ ଦାବିରେ ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ। ପୁରୀ ବଳିଆପଣ୍ଡା ବସ୍ତିବାସିନ୍ଦା ଗତକାଲିଠାରୁ ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ କରିବା ସହ ରାସ୍ତାରୋକ କରିଛନ୍ତି।

ସୂଚନା ଅନୁସାରେ, ବଳିଆପଣ୍ଡାର ଦୁଇଟି ବସ୍ତି ବିଜୟନଗର ଓ ମହେଶ୍ୱରନଗରରେ ପ୍ରାୟ ଅଢେଇ ହଜାର ପରିବାର ବସବାସ କରୁଛନ୍ତି। ୨୦୧୪ ମସିହାରେ ରାଜୀବ ଗାନ୍ଧୀ ଆବାସ ଯୋଗାଇ ଦେବା ପାଇଁ ଏଠାରେ ସର୍ଭେ ହୋଇଥିଲା। ପ୍ରଗତି ନାମରେ ଘରୋଇ ସଂସ୍ଥା ଏହି ସର୍ଭେ କରିଥିଲା। ୨୦୧୭ ମସିହାରେ ଭୂମି ଅଧିକାର ଅଧିନିୟମ ଆସିବା ପରେ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବସ୍ତିରେ ପୁଣି ଏକ ସର୍ଭେ କରାଯାଇଥିଲା। ପୁରୀରେ ଅନେକ ବସ୍ତିକୁ ସେହି ସମୟରେ ପଟ୍ଟା ପ୍ରଦାନ କରାଯାଇଥିଲା। ହେଲେ ମହେଶ୍ୱର ନଗର ଓ ବିଜୟନଗର ବସ୍ତିବାସିନ୍ଦା ଏଥିରୁ ବଞ୍ଚିତ ହୋଇଥିଲେ। ତେବେ ଏହି ସ୍ଥାନ ମଧୁର ଜଳ ଅଞ୍ଚଳ କହି ପ୍ରଶାସନ ଜମିପଟ୍ଟା ପ୍ରଦାନ କରୁନଥିବା ଅଭିଯୋଗ କରିଛନ୍ତି ବସ୍ତିବାସିନ୍ଦା। ଏହାକୁ ନେଇ ଗତକାଲି ଠାରୁ ଧାରଣା ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe