ଅସ୍ତରଙ୍ଗରେ ଜିଲ୍ଲାପାଳଙ୍କ ଜନଶୁଣାଣି, ପାଣି ପାଇଁ ହାଣ୍ଡିମାଠିଆ ଧରି ବସିଲେ ମହିଳା

ଅସ୍ତରଙ୍ଗରେ ଜିଲ୍ଲାପାଳଙ୍କ ଜନଶୁଣାଣି, ପାଣି ପାଇଁ ହାଣ୍ଡିମାଠିଆ ଧରି ବସିଲେ ମହିଳା

ଅସ୍ତରଙ୍ଗ: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ଅଭ୍ୟର୍ଥନା ଗୃହରେ ଆଜି ଜିଲ୍ଲାପାଳଙ୍କ ଜନଶୁଣାଣି ଅନୁଷ୍ଠିତ ହେଉଛି। ଏପିଡି ରଶ୍ମିରେଖା ନାୟକ ଅଭିଯୋଗ ଶୁଣାଣି କରୁଥିଲା ବେଳେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଏହି ଜଣାଶୁଣାଣି କାର୍ଯ୍ୟରେ ଆରମ୍ଭରୁ ପାଣି ପାଇଁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଅଭିଯୋଗ ନାଁରେ ଶିଶୁଅ ପଞ୍ଚାୟତ ବନ୍ଦାଳ ମୌଜାର ମହିଳାମାନେ ପାଣି ପାଇଁ ହାଣ୍ଡିମାଠିଆ ଧରି ଅଭିଯୋଗ ପ୍ରକୋଷ୍ଠକୁ ଧସେଇ ପଶିଥିଲେ। ବର୍ଷ ବର୍ଷ ଧରି ପିଇବା ପାଣି ମିଳିନଥିବାରୁ ଆମକୁ ପାଣି ଦିଅ କହି ସଂଖ୍ୟାଧିକ ମହିଳା ହୋହାଲ୍ଲା କରିଥିଲେ।

publive-image

ଦୀର୍ଘ ସମୟ ଧରି ଜନଶୁଣାଣିରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା ବେଳେ ସେମାନଙ୍କ ଅଭିଯୋଗ ଗ୍ରହଣ କରି କେମିତି ସେମାନେ ପାଣି ପାଇବେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। ଖବର ଲେଖା ହେଲା ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ଅଭିଯୋଗ ଜାରି ରହିବା ସମେତ ପାଣି ପାଇଁ ଅଭିଯୋଗ କରିବାକୁ ଆସିଥିବା ମହିଳାମାନେ ବସିରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe