ଆଜି ପବିତ୍ର ଭଉଁରି: ଅଲାରନାଥଙ୍କ ସର୍ବାଙ୍ଗ ଚନ୍ଦନ ବେଶ ପାଇଁ ପ୍ରସ୍ତୁତି

Advertisment
ଆଜି ପବିତ୍ର ଭଉଁରି: ଅଲାରନାଥଙ୍କ ସର୍ବାଙ୍ଗ ଚନ୍ଦନ ବେଶ ପାଇଁ ପ୍ରସ୍ତୁତି

ବ୍ରହ୍ମଗିରି: ଅଲାରନାଥଙ୍କ ସର୍ବାଙ୍ଗ ଚନ୍ଦନ ବେଶ ପାଇଁ ପ୍ରସ୍ତୁତି ଚାଲିଛି। ଆଜି ପବିତ୍ର ଭଉଁରି। ଶ୍ରୀଅଲାରନାଥଙ୍କ ସର୍ବାଙ୍ଗ ଚନ୍ଦନ ବେଶ ଭୋର ୪ଟାରେ ଦ୍ୱାର ଫିଟାଯିବା ପରେ ମଙ୍ଗଳ ଆଳତି, ଅବକାଶ, ବେଶ, ଚନ୍ଦନ ତୁଳସୀ ଲାଗି ଗୋପାଳ ବଲ୍ଲଭ ଉଠିବା ପରେ ୬ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି। ଶ୍ରୀ ଜୀଉଙ୍କ ସର୍ବାଙ୍ଗ ଚନ୍ଦନ ବେଶ ପାଇଁ ୧୧ ଜଣ ବିମାନବଡୁ ସେବାୟତ ୧୦ କେଜି ଚନ୍ଦନ ଘୋରା ଆରମ୍ଭ କରିଛନ୍ତି।

କର୍ପୁର, କେଶର, ଜାଇଫଳ, କୁଙ୍କୁମ, କସ୍ତୁରୀ ଆଦି ଦ୍ରବ୍ୟ ମିଶି ଚନ୍ଦନ ପ୍ରସ୍ତୁତି ଚାଲିଛି। ଚନ୍ଦନ ଘୋରା ସହ ବେଶ ଆରମ୍ଭ ହୋଇଛି। ୫ଜଣ ସେବାୟତ ଶ୍ରୀ ଜୀଉଙ୍କ ବେଶ କରୁଛନ୍ତି। ସନ୍ଧ୍ୟା ୫ଟା ସୁଦ୍ଧା ବେଶ ଶେଷ ହେବ ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe