ଶ୍ରୀମନ୍ଦିର ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଶ୍ରୀମନ୍ଦିର ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ପୁରୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଶ୍ରୀମନ୍ଦିର ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀଜଗନ୍ନାଥଙ୍କୁ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରି ଆଶୀର୍ବାଦ ମାଗିଥିବା ଜଣାଯାଇଛି। ଏହି ଅବସରରେ ଶ୍ରୀଶାହଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ଓ ପ୍ରହ୍ଲାଦ ସିଂହ ପଟେଲ ମଧ୍ୟ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି। ଏହାଛଡ଼ା ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଏବଂ  ବିଜେପି ରାଜ୍ୟ ପ୍ରଭାରୀ ତଥା ରାଜ୍ୟସଭା ସାଂସଦ ଅରୁଣ ସିଂହ ବି ଶ୍ରୀଶାହାଙ୍କ ସହିତ ଶ୍ରୀମନ୍ଦିରକୁ ଯାଇଥିଲେ। ପୁରୀ ଗସ୍ତ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରି ଦିଆଯାଇଛି।

ଏହାପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଭୁବନେଶ୍ବର ଆସି ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଶନିବାର ପୂର୍ବାହ୍ନ ୧୦ଟା ୪୫ରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିବେ ବୋଲି ଜଣାଯାଇଛି। ସେ ପ୍ରାୟ ଅଧ ଘଣ୍ଟା ମନ୍ଦିର ପରିସର ବୁଲିବେ। ଶାହଙ୍କ ଗସ୍ତ ନେଇ ଶ୍ରୀଲିଙ୍ଗରାଜ ମନ୍ଦିର ପରିଚାଳନା ଟ୍ରଷ୍ଟ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। କେନ୍ଦ୍ରମନ୍ତ୍ରୀ ମନ୍ଦିରରେ ପହଞ୍ଚିବା ପରେ ମନ୍ଦିର ପ୍ରଶାସନ ତରଫରୁ ଖଣ୍ଡୁଆପାଟ (ଉତ୍ତରୀୟ) ପ୍ରଦାନ କରାଯିବ। ଶାହ ପ୍ରଭୁ ଲିଙ୍ଗରାଜଙ୍କୁ ୧୦୮ ପଦ୍ମଫୁଲ ଦେଇ ପୂଜାର୍ଚ୍ଚନା କରିବେ। ଶାହଙ୍କ ସହିତ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସମେତ କିଛି ବରିଷ୍ଠ ବିଜେପି ନେତା ମଧ୍ୟ ଉପସ୍ଥିତ ରହିବେ। ଫେରିବା ବେଳକୁ ଶାହାଙ୍କୁ ମନ୍ଦିର ପ୍ରଶାସନ ତରଫରୁ ଭୋଗ ଦିଆଯିବ।publive-image

ସୂଚନାଯୋଗ୍ୟ, ଗତକାଲି ରାତି ସାଢ଼େ ୯ଟାରେ ଭୁବନେଶ୍ୱରରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଶ୍ରୀକ୍ଷେତ୍ର ପୁରୀ ପହଞ୍ଚିଥିଲେ। ପୁରୀରେ ପହଞ୍ଚିବା ପରେ ସେ ସିଧାସଳଖ ହୋଟେଲକୁ ଯାଇଥିଲେ। ସେ ରାତିରେ ଏଠାରେ ଥିବା ମେ ଫେୟାର ହୋଟେଲରେ ରାତ୍ରିଯାପନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe