ସହକାରୀ ଯନ୍ତ୍ରୀଙ୍କୁ ଉଠାଇନେଲେ ସରପଞ୍ଚ

Advertisment
ସହକାରୀ ଯନ୍ତ୍ରୀଙ୍କୁ ଉଠାଇନେଲେ ସରପଞ୍ଚ

ଗୋପ : ଗୋପ ବ୍ଲକ୍‌ ସହକାରୀ ଯନ୍ତ୍ରୀଙ୍କୁ ତାଙ୍କ କାର୍ଯ୍ୟାଳୟରୁ ଜୋର ଜବରଦସ୍ତି ଉଠାଇ ନେଇ ଜଣେ ସରପଞ୍ଚ ପଞ୍ଚାୟତ କାର୍ଯ୍ୟାଳୟରେ ଅଟକ ରଖିବା ଘଟଣା ଆଜି ସ୍ଥାନୀୟ ଅଞ୍ଚଳରେ ଚର୍ଚାର ବିଷୟ ହୋଇଛି। ଦୀର୍ଘ ସମୟ ପଞ୍ଚାୟତ କାର୍ଯ୍ୟାଳୟରେ ଅଟକ ରହିବା ପରେ ବିଡିଓ ଓ ଗୋପ ପୁଲିସ ପହଞ୍ଚି ଯନ୍ତ୍ରୀଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି। ମିଳିଥିବା ଖବର ଅନୁଯାୟୀ ଗୋପ ପଂଚାୟତରେ ନୂଆ ସରପଂଚ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ସୁଶାନ୍ତ କୁମାର ସ୍ୱାଇଁ ଅଭିଯୋଗ କରିଥିଲେ ଯେ ପଂଚାୟତ ନିର୍ବାହୀ ଅଧିକାରୀ ତାଙ୍କୁ ଇନ୍ଦିରା ଆବାସ ବଣ୍ଟନ କ୍ଷେତ୍ରରେ ସହଯୋଗ କରୁ ନାହାନ୍ତି। ଏ ସଂପର୍କରେ ସେ ବାରମ୍ବାର ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଉପରିସ୍ଥ ଅଧିକାରୀ ପର୍ଯ୍ୟନ୍ତ ସେ ଅଭିଯୋଗ କରିବା ପରେ କୌଣସି ଫଳ ମିଳି ନଥିଲା। ତେଣୁ ସେ ଏ ନେଇ ଆଲୋଚନା କରିବାକୁ ଆଜି ଅପରାହ୍ନ ପ୍ରାୟ ସାଢ଼େ ଗୋଟାଏ ବେଳେ ବ୍ଲକ୍‌ ସହକାରୀ ଯନ୍ତ୍ରୀ ପ୍ରଫୁଲ୍ଲ କୁମାର ଲେଙ୍କାଙ୍କ ନିକଟକୁ ଯାଇଥିଲେ।

ସରପଞ୍ଚ ସମର୍ଥକମାନଙ୍କ ସହ ଯାଇଥିଲେ। କିନ୍ତୁ ସେଠାରେ ସହକାରୀ ଯନ୍ତ୍ରୀଙ୍କ ସହ ଆଲୋଚନାବେଳେ ଘଟଣା ଭିନ୍ନ ମୋଡ଼ ନେଇଥିଲା। ଆବାସ ଯୋଜନାର କାର୍ଯ୍ୟାଦେଶ ଏବଂ ପଂଚାୟତ ନିର୍ବାହୀ ଅଧିକାରୀଙ୍କ ଅସହଯୋଗ ସଂପର୍କରେ ସହକାରୀ ଯନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୁଷ୍ଟ ହୋଇ ସହକାରୀ ଯନ୍ତ୍ରୀଙ୍କୁ ଜବରଦସ୍ତି ପଞ୍ଚାୟତ କାର୍ଯ୍ୟାଳୟକୁ ସରପଞ୍ଚ ଓ ତାଙ୍କ ସମର୍ଥକମାନେ ନେଇଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe