ମହାପ୍ରଭୁଙ୍କ ଜମି ବେଆଇନ୍ ଜବରଦଖଲ କରି ହସ୍ତାନ୍ତର ଉଦ୍ୟମ, ଥାନାରେ ଏତଲା

Advertisment

ଯେଉଁ କାଳିଆ ଠାକୁରଙ୍କ ନିର୍ଦ୍ଦେଶରେ ଏହି ଦୁନିଆ ପରିଚାଳିତ ହେଉଛି, ସେହି ମହାପ୍ରଭୁଙ୍କ ସଂପତ୍ତି ଉପରେ ମଧ୍ୟ ଖଳ ‌ଲୋକମାନେ ନଜର ପକାଉଛନ୍ତି। ବେଆଇନ ଭାବରେ ଜବରଦଖଲ କରି ହସ୍ତାନ୍ତର ଉଦ୍ୟମ କରୁଛନ୍ତି।

ଯେଉଁ କାଳିଆ ଠାକୁରଙ୍କ ନିର୍ଦ୍ଦେଶରେ ଏହି ଦୁନିଆ ପରିଚାଳିତ ହେଉଛି, ସେହି ମହାପ୍ରଭୁଙ୍କ ସଂପତ୍ତି ଉପରେ ମଧ୍ୟ ଖଳ ‌ଲୋକମାନେ ନଜର ପକାଉଛନ୍ତି। ବେଆଇନ ଭାବରେ ଜବରଦଖଲ କରି ହସ୍ତାନ୍ତର ଉଦ୍ୟମ କରୁଛନ୍ତି।

5e21dc45-8ccd-4a0d-b064-b7937aff32df

ପୁରୀ: ବିଶ୍ବ ନିୟନ୍ତାଙ୍କୁ ମଧ୍ୟ ଆମ ସମାଜର କିଛି ଲୋକ ଖାତିର କରୁ ନାହାନ୍ତି। ଯାହାଙ୍କ ନିର୍ଦ୍ଦେଶରେ ଏହି ଦୁନିଆ ପରିଚାଳିତ ହେଉଛି, ସେହି କାଳିଆ ଠାକୁରଙ୍କ ସଂପତ୍ତି ଉପରେ ମଧ୍ୟ ଖଳ ‌ଲୋକମାନେ ନଜର ପକାଉଛନ୍ତି। ଏଭଳି ଏକ ଅଭିଯୋଗ ଆସିଛି। ମହାପ୍ରଭୁ ଜଗନ୍ନାଥଙ୍କ ଜମି ଜାଲିଆତି ନେଇ ଥାନାରେ ଏତଲା ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୁରୀ ବାସେଳୀସାହି ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ ମାଟିତୋଟା ମୌଜାରେ ମହାପ୍ରଭୁଙ୍କ ନାଁରେ ଥିବା ଜମିକୁ ଜବରଦଖଲ କରି ବେଆଇନ ଭାବେ ହସ୍ତାନ୍ତର ଉଦ୍ୟମ କରିଥିବା ନେଇ ଅଭିଯୋଗ ହୋଇଛି।

ଏହି ଖବର ପଢ଼ନ୍ତୁ: ମହାପ୍ରଭୁଙ୍କ ଜମି ନେଇ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି

ସୂଚନା ଅନୁସାରେ ପୁରୀ ମାଟିତୋଟା ମୌଜାରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମରେ ଥିବା ଜମି ବେଆଇନ୍ ଭାବରେ ଜବରଦଖଲ କରି ହସ୍ତାନ୍ତର ଉଦ୍ୟମ ହୋଇଥିବା ଶ୍ରୀମନ୍ଦିର ପ୍ରଶାସନ ନଜରକୁ ଆସିଛି। ଏନେଇ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବାସେଳୀସାହି ଥାନାରେ ଏତଲା ଦାଖଲ କରାଯାଇଛି। ମୌଜା- ମାଟିତୋଟା ୟୁନିଟ୍ ନଂ-୧, ଖାତା ନମ୍ବର-୩୮ର ସମୁଦାୟ ୧୦୯ଟି ପ୍ଲଟର ଏହି ଜମିକୁ ବେଆଇନ୍ ଭାବେ ହାତେଇବାକୁ ହୋଇଥିବା ଉଦ୍ୟମକୁ କଦାପି ବରଦାସ୍ତ କରାଯିବ ନାହିଁI ଏହା ଉପରେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କୁ ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

ଏହି ଖବର ପଢ଼ନ୍ତୁ: ଓର୍‌ସାକ୍‌ ଦେଲା ୧୦‌ କୋଟିର ପ୍ରସ୍ତାବ

ପୁରୀ ମାଟିତୋଟା ମୌଜାରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମରେ ଥିବା ଜମି ବେଆଇନ୍ ଭାବରେ ଜବରଦଖଲ କରି ହସ୍ତାନ୍ତର ଉଦ୍ୟମ ହୋଇଥିବା ଶ୍ରୀମନ୍ଦିର ପ୍ରଶାସନ ନଜରକୁ ଆସିଛି। ଏନେଇ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବାସେଳୀସାହି ଥାନାରେ ଏତଲା ଦାଖଲ କରାଯାଇଛି। 

ଏହି ଖବର ପଢ଼ନ୍ତୁ: ଜାତୀୟ ହକିରେ ଇତିହାସ ରଚିଲା ଓଡ଼ିଶା

ଏଥି ସହିତ ଜନସାଧାରଣଙ୍କୁ ଅବଗତ କରାଯାଉଅଛି ଯେ, ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭୂସମ୍ପତ୍ତିର ଏଭଳି ବେଆଇନ୍ ହସ୍ତାନ୍ତର ସମ୍ପୂର୍ଣ୍ଣ ଭାବେ ଅବୈଧ। ଏହା ଦ୍ବାରା ନିଜେ ଠକେଇ ଶିକାର ହେବା ସହ ଆଇନ ଅନୁଯାୟୀ ଦଣ୍ଡନୀୟ ମଧ୍ୟ ହେବେ। ତେଣୁ ଏଭଳି ବେଆଇନ ହସ୍ତାନ୍ତରରୁ ବ୍ୟକ୍ତି କିମ୍ବା ଅନୁଷ୍ଠାନ କ୍ଷାନ୍ତ ରହିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି।

ଏହି ଖବର ପଢ଼ନ୍ତୁ: ଟ୍ରମ୍ପ ଶପଥ ଗ୍ରହଣ କରିବା ମାତ୍ରେ ରୁଷିଆ-ୟୁକ୍ରେନ ଯୁଦ୍ଧ ‌ଶେଷ ହେବ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe