ସାରଙ୍ଗଯୋଡ଼ି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ଚୋରି ଉଦ୍ୟମ ବିଫଳ

ସାରଙ୍ଗଯୋଡ଼ି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ଚୋରି ଉଦ୍ୟମ ବିଫଳ

ସାକ୍ଷୀଗୋପାଳ:  ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ସାରଙ୍ଗଯୋଡ଼ି ବଜାରରେ ଅବସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ସାରଙ୍ଗଯୋଡ଼ି ଶାଖାରୁ ଗତକାଲି ରାତିରେ ଚୋରି ଉଦ୍ୟମ ହୋଇଥିବାର ଖବର ମିଳିଛି। ଦୁର୍ବୃତ୍ତମାନେ ବ୍ୟାଙ୍କରେ ସି ସି କ୍ୟାମେରା ଓ ତାଲା ଭାଙ୍ଗି ବ୍ୟାଙ୍କ ଭିତରେ ପ୍ରବେଶ କରିଥିଲେ।

ଖବର ପାଇଁ ସତ୍ୟବାଦୀ ଆଇ ଆଇ ସି ବିଜୟ କେତନ ବେହେରା ଘଟଣା ସ୍ଥଳରେ ପହଞ୍ଚିଥିଲେ। ପ୍ରାଥମିକ ତଦନ୍ତରୁ କୌଣସି ଲୁଟ ହୋଇ ନାହିଁ। ଦୁର୍ବୃତ୍ତମାନେ କୌଣସି ସାମଗ୍ରୀ କିମ୍ବା ଟଙ୍କା ପଇସା ପାରି ନାହାନ୍ତି ବୋଲି ଆଇ ଆଇ ସି ଶ୍ରୀ ବେହେରା କହିଛନ୍ତି।  ପୁଲିସ ସୂଚନା ଦେଇଛି ସାଇଣ୍ଟିଫିକ  ଟିମ ଘଟଣାର ତଦନ୍ତ କରିବ। ସିସିଟିଭିରୁ ଜଣା ପଡୁଛି  ୨ ଜଣ ବ୍ୟକ୍ତି  ମୁହଁରେ ମୁଖା ପିନ୍ଧି  ବ୍ୟାଙ୍କରେ ପଶିଥିଲେ।

ତେଣେ ବ୍ୟାଙ୍କ ମ୍ୟାନେଜର ସ୍ପଷ୍ଟ କରିଛନ୍ତି କି, ଚୋରମାନେ ବ୍ୟାଙ୍କ ଲକର ଖୋଲିବା ନିମନ୍ତେ ଉଦ୍ୟମ କରିଥିଲେ। ଚୋରି କରିବା ପାଇଁ ଲକର ଖୋଲିବା  ଉଦ୍ୟମ ବିଫଳ ହେତୁ ଚୋରମାନେ  ପଳାଇଛନ୍ତି।  ସତ୍ୟବାଦୀ ବ୍ଲକ ଅନ୍ତର୍ଗତ  ୮ଟି  ପଞ୍ଚାୟତର ହଜାର ହଜାର ଚାଷୀ ଏହି ବ୍ୟାଙ୍କ ଉପରେ ନିର୍ଭରଶୀଳ। ପ୍ରକାଶ ଥାଉ କି, ଗତ ୨୦୧୪ ମସିହାରେ ଏହି ବ୍ୟାଙ୍କରୁ ଥରେ ଚୋରି ଉଦ୍ୟମ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe