କୋଣାର୍କ: କୋଣାର୍କ-ଚନ୍ଦ୍ରଭଗା ଠାରୁ ଅସ୍ତରଙ୍ଗ ଜାହାନିଆ ସମୁଦ୍ରରେ ବିଭିନ୍ନ ସ୍ଥାନରେ ଏବେ କୁମ୍ଭୀରମାନଙ୍କ ଆତଙ୍କ ଦେଖିବାକୁ ମିଳୁଛି, ଯାହାକୁ ନେଇ ପର୍ଯ୍ୟଟକ ଓ ସାଧାରଣ ଲୋକଙ୍କ ମଧ୍ୟରେ ସମୁଦ୍ରକୂଳରେ ବୁଲିବା ଓ ସମୁଦ୍ର ମଧ୍ୟରେ ଗାଧୋଇବାକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି। ଏବେ ପୁଣି ଅସ୍ତରଙ୍ଗ ଜାହାନିଆ ସମୁଦ୍ରକୂଳରେ ଏକ କୁମ୍ଭୀର ଦେଖା ଦେବାକୁ ନେଇ ସାଧାରଣରେ ଚିନ୍ତାପ୍ରକାଶ ପାଇଛି।
ଏନେଇ ବନ ବିଭାଗ ପକ୍ଷରୁ ପର୍ଯ୍ୟଟନ ଋତୁ ଓ କୋଣାର୍କ ଉତ୍ସବକୁ ନଜରରେ ରଖି କୁମ୍ଭୀରକୁ ଧରିବା ପାଇଁ କୋଣାର୍କ ବନାଞ୍ଚଳ ଅଧିକାରୀ ସୁଦର୍ଶନ ଦେହୁରୀଙ୍କ ନେତୃତ୍ବରେ ରାମଚଣ୍ଡୀ ମୁହାଁଣ ସମୁଦ୍ରକୂଳ ଠାରୁ କୋଣାର୍କ ଚନ୍ଦ୍ରଭଗା ଦେଇ ଅସ୍ତରଙ୍ଗର ଜାହାନିଆ ଓ ଦେବୀ ମୁହାଁଣ ସମୁଦ୍ରକୂଳ ପର୍ଯ୍ୟନ୍ତ ୮ଟି ଟିମି ଗଠନ କରାଯାଇଛି। ପ୍ରତ୍ୟେକ ଟିମ୍ରେ ଜଣେ ଲେଖାଏଁ ବନପାଳଙ୍କ ନେତୃତ୍ୱରେ ୫ ଜଣ ବନ କର୍ମଚାରୀଙ୍କୁ ନେଇ ସମୁଦ୍ର କୂଳେ କୂଳେକୂଳେ ଚାଲିଚାଲି ପାଟ୍ରୋଲିଂ କରାଯିବା ସହ ପର୍ଯ୍ୟଟକମାନଙ୍କୁ ସମୁଦ୍ରକୂଳରେ କୁମ୍ଭୀରକୁ ନେଇ ସତର୍କ ରହିବାକୁ ସଚେତନା କରାଯାଉଛି। ଏନେଇ ବନ ବିଭାଗ ପକ୍ଷରୁ ପର୍ଯ୍ୟଟକ ଚଳାଚଳ କରୁଥିବା ରାମଚଣ୍ଡୀ ମୁହାଁଣ, ଚନ୍ଦ୍ରଭାଗା ଓ ଜାହାନିଆ ସମୁଦ୍ରକୂଳରେ କୁମ୍ଭୀର ପ୍ରତି ସତର୍କ ରହିବା ବ୍ୟାନର ଲଗାଇ ସଚେତନା କରିଛନ୍ତି।
ଆହୁରି ପଢ଼ନ୍ତୁ: ବିଳମ୍ବ ହୋଇପାରେ ପୁରୀ-କୋଣାର୍କ ରେଳ ପ୍ରକଳ୍ପ: ବାଲୁଖଣ୍ଡ ଜଙ୍ଗଲରେ ନେବାକୁ ରାଜ୍ୟ ସରକାରଙ୍କ ପ୍ରସ୍ତାବ
ଚନ୍ଦ୍ରଭାଗା ନିକଟରେ କୁମ୍ଭୀର ଠାବ
ସୂଚନା ଥାଉକି ଗତ ଡିସେମ୍ବର ୧୪ ତାରିଖ ରବିବାର ଭୋରରୁ କୋଣାର୍କ ଚନ୍ଦ୍ରଭାଗା ସମୁଦ୍ର କୂଳ ଖଣ୍ଡିଆ ନଈ ସମୁଖ ସମୁଦ୍ରରେ ଏକ ୧୦ ଫୁଟ ଲମ୍ବର ବିଶାଳ ଘଡ଼ିଆଳ ପ୍ରଜାତିର କୁମ୍ଭୀର ଦେଖା ଯାଇଥିଲା। ବନବିଭାଗ ପକ୍ଷରୁ ଅନେକ ଚେଷ୍ଟା ସତ୍ତ୍ୱେ ଏହାକୁ ଧରାଯାଇ ପାରିନଥିଲା।କୁମ୍ଭୀରଟି ସମୁଦ୍ର ମଧ୍ୟକୁ ପଳାଇ ଯାଇଥିଲା। ଅନରୁପ ଭାବେ ପୁଣି ଗତ ନଭେମ୍ବର ୧୩ ତାରିଖ ପୂର୍ବାହ୍ଣରେ ଚନ୍ଦ୍ରଭାଗା ସମୁଦ୍ରକୂଳରେ କେତେକ ପର୍ଯ୍ୟଟକ ଗାଧୋଉଥିଲା ବେଳେ ଅଚନାକ ଏକ ବଉଳା ପ୍ରଜାତିର କୁମ୍ଭୀର ସମୁଦ୍ର ପାଣି ମଧ୍ୟରୁ ଆସି ପର୍ଯ୍ୟଟକଙ୍କ ଗୋଡ଼କୁ ଧରି କାମୁଡ଼ିବା ସମୟରେ ପର୍ଯ୍ୟଟକ ଭୟଭୀତ ହୋଇ ହୋହଲ୍ଲା କରିବାରୁ ଖବର ପାଇ ବନବିଭାଗ ପକ୍ଷରୁ ତାକୁ ଉଦ୍ଧାର କରି ନେଇ ଯାଇଥିଲେ। ଏଇ ଘଟଣାକୁ ନେଇ ଚନ୍ଦ୍ରଭଗା ସମୁଦ୍ରରେ ଏହି ମା’ କୁମ୍ଭୀରଟି ଶତାଧିକ ଛୁଆ ଜନ୍ମ ଦେଇଥିବା ଆଶଙ୍କା କରାଯାଉଛି।
ଆହୁରି ପଢ଼ନ୍ତୁ: Khanda Mela: ଜାନୁଆରି ୨୩ରୁ ଖଣ୍ଡଗିରି ମାଘମେଳା ଆସିବେ ସାଧୁସନ୍ଥ, ଜମିବ ମେଳା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/11/22/crocodile-2025-11-22-20-49-03.jpg)