କୃଷ୍ଣପ୍ରସାଦରେ ବାର୍ଡଫ୍ଲୁ ସଂକ୍ରମଣ: ଆସନ୍ତାକାଲିଠାରୁ କୁକୁଡ଼ା ମରା ଅଭିଯାନ; ସ୍କୁଲ୍ ପିଲାଙ୍କୁ ଅଣ୍ଡା ମନା

Advertisment
କେରଳରେ ବାର୍ଡ ଫ୍ଲୁ: କୋଟ୍ଟାୟମରେ ବ୍ୟାପୁଛି ଏଚ୍‌୫ଏନ୍‌୧ ଭାଇରସ୍

ପୁରୀ: ରାଜ୍ୟରେ ଦେଖା ଦେଇଛି  ବାର୍ଡଫ୍ଲୁ ଭୟ। ପୁରୀର କୃଷ୍ଣପ୍ରସାଦ ବ୍ଲକ୍‌ରେ କିଛି ଦିନ ହେବ କୁକୁଡ଼ା ମଡ଼କ ଦେଖାଯିବା ପରେ କୁୁକୁଡ଼ାମାନଙ୍କ ନମୂନା ନିଆଯାଇ ପରୀକ୍ଷା କରାଯାଇଥିଲା। ନମୂନା ପରୀକ୍ଷା ପରେ କୁକୁଡ଼ାମାନଙ୍କୁ ବାର୍ଡଫ୍ଲୁ ହୋଇଥିବା ଜଣାପଡ଼ିବାରୁ ସଂପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି। ଏହି ଘଟଣାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଳା ପ୍ରଶାସନ ପକ୍ଷରୁ ଏକ କୁକୁଡ଼ା ମରା ଅଭିଯାନ ଆସନ୍ତାକାଲିଠାରୁ ଆରମ୍ଭ ହେବ ବୋଲି ଜାଣିବାକୁ ମିଳିିଛି। ଏଥିପାଇଁ ଏକ ୮ ଜଣିଆ ଟିମ୍‌ ଗଠନ କରାଯାଇଛି।

publive-image

ବିଶେଷ କରି କୃଷ୍ଣପ୍ରସାଦ ବ୍ଲକରେ କୁକୁଡ଼ା ମଡ଼କ ଦେଖା ଯାଇଥିବା ହେତୁ ବ୍ଲକ୍‌ର କେତେକ ଅଞ୍ଚଳରେ କୁକୁଡ଼ାମାନଙ୍କୁ ମାରି ଦିଆଯାଇ ପୋଡ଼ାଯିବ ବୋଲି ବୋଲି ପୁରୀ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଗିରିଜା ପଟ୍ଟନାୟକ ଏ ନେଇ ସୂଚନା ଦେଇଛନ୍ତି। କେବଳ କୁକୁଡ଼ା ନୁହେଁ, ବାର୍ଡଫ୍ଲୁକୁ ଦୃଷ୍ଟିରେ ରଖି ୧୦ ଦିନ ପାଇଁ ଅଣ୍ଡାକୁ ମଧ୍ୟ ନିଷେଧ କରି ଦିଆଯାଇଛି। ଜିଲ୍ଳା ପ୍ରଶାସନ ପକ୍ଷରୁ ଅଙ୍ଗନବାଡ଼ି କେନ୍ଦ୍ର କିମ୍ବା ମଧ୍ୟାହ୍ନ ଭୋଜନରେ ପିଲାମାନଙ୍କୁ ଅଣ୍ଡା ନ ଦିଆଯିବା ପାଇଁ ନିର୍ଦ୍ଦେଶ ହୋଇଛି।

ଉଲ୍ଳେଖଯୋଗ୍ୟ, ବାର୍ଡଫ୍ଲୁରେ କୃଷ୍ଣପ୍ରସାଦ ବ୍ଲକ୍‌ର ପ୍ରାୟ ୪ଟି ଗ୍ରାମ ବିଶେଷ ପ୍ରଭାବିତ ହୋଇଛି। ବାର୍ଡଫ୍ଲୁ ହୋିଛି କି ନାହିଁ ଜାଣିବା ପାଇଁ କୁକୁଡ଼ାମାନଙ୍କର ୨୦ଟି ନମୂନା ଭୋପାଲ ପଠା ଯାଇଥିଲା। ସେମାନଙ୍କ ମଧ୍ୟରୁ ୨ଟି କୁକୁଡ଼ା ଓ ୨ଟି କାଉଙ୍କ ରକ୍ତରୁ ପଜିଟିଭ୍‌ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe