ପୁରୀ ହାଜତ ମୃତ୍ୟୁ: ପୁଲିସ୍‌କୁ ସଂପର୍କୀୟଙ୍କ ପ୍ରଶ୍ନ ? ଯଦି ସେ ଭୁଲ୍‌ କରିଥିଲା ଜେଲ୍‌ରେ ରଖିଥାନ୍ତ, ମାରିଲ କାହିଁକି ?

ପୁରୀ ହାଜତ ମୃତ୍ୟୁ: ପୁଲିସ୍‌କୁ ସଂପର୍କୀୟଙ୍କ ପ୍ରଶ୍ନ ? ଯଦି ସେ ଭୁଲ୍‌ କରିଥିଲା ଜେଲ୍‌ରେ ରଖିଥାନ୍ତ, ମାରିଲ କାହିଁକି ?

ପୁରୀ:  ପୁରୀ ବାସେଳୀ ସାହି ଥାନା ହାଜତରେ ପୁଲିସ୍‌ ଜଣେ ଯୁବକକୁ ପିଟି ପିଟି ମାରି ଦେଇଥିବା ଅଭିଯୋଗ ଆସିବା ପରେ ପୁରୀ ମେଡିକାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ଯୁବକଙ୍କୁ ମାରଧର କରି ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା ଓ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ବୋଲି ମୃତକ କେ.ଆରେୟାଙ୍କ ପରିବାର କହିଛନ୍ତି।

publive-image

ଏ ନେଇ ମୃତ ଯୁବକଙ୍କ ମାଇଁ ଗଣମାଧ୍ୟମରେ ବୟାନ ଦେଇ କହିଛନ୍ତି, ‘ରାତି ୨ଟାରେ ସମସ୍ତେ ଶୋଇଥିବା ବେଳେ ପୁଲିସ୍‌ ଘରକୁ ପଶି ଭାଇ (ଯୁବକଙ୍କ ବାପା)ଙ୍କୁ ଧରି ନେଇ ଯାଇଥିଲା। ପୁଲିସ୍ ଆସି ପ୍ରଥମେ ତାଙ୍କୁ ଖୋଜିଥିଲେ। ସେ ଶୋଇଛନ୍ତି ବୋଲି କହିବାରୁ ତାଙ୍କୁ ଉଠେଇକି ଆଣ ବୋଲି କହିଥିଲା। ସେ ଉଠି କରି ଆସିବାରୁ ପୁଲିସ୍‌ ଚାଲ ବୋଲି କହି ଭାଇଙ୍କୁ ଗ‌ାଡ଼ିରେ ବସାଇ ନେଇଗଲା। ଆମେ ଥାନାକୁ ଗଲେ ବି ଥାନା ବାଲା ତଡ଼ି ଦଉଛନ୍ତି। ସେମାନେ ମୋ ପୁତୁରାକୁ ପିଟି ପିଟି ଗୁରୁତର କରି ମାରି ଦେଇଛନ୍ତି। ଯଦି ସେ ଭୁଲ୍‌ କରିଥିଲା ତାକୁ ୧୦ ବର୍ଷ ଜେଲ୍‌ରେ ରଖିଥାନ୍ତ। ଆଜୀବନ କାରାଦଣ୍ଡ ଦେଇଥାନ୍ତ। ମାରିଲ କାହିଁକି ? ଆମେ ତ ଜାଣିନୁ କିଏ ମାରିଲା, ଯିଏ ମାରିଲେ ତାଙ୍କ ନାମରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉ । ଏବେ ସେ ମୃତଶରୀର ନେବାକୁ କହୁଛନ୍ତି। ତାକୁ ନେଇ ଆମେ କ’ଣ କରିବୁ ?

publive-image

ଉଲ୍ଲେଖଯୋଗ୍ୟ, ପୁରୀରୁ ଆସିଛି ହାଜତ ମୃତ୍ୟୁର ସଙ୍ଗୀନ୍ ଅଭିଯୋଗ । ହାଜତରେ ପୁଲିସ୍‌ ଜଣେ ଯୁବକକୁ ପିଟି ପିଟି ମାରି ଦେଇଥିବା ଅଭିଯୋଗ ଆଣିଛନ୍ତି ମୃତ ଯୁବକର ପରିବାର ଲୋକ । ମୃତ ଯୁବକ ଜଣକ ହେଉଛନ୍ତି ଲୋକନାଥ ରୋଡ୍ ଫାଦର ସ୍କୁଲ ଅଂଚଳର କେ.ଆରେୟା । ବୟସ ୩୩ ବର୍ଷ । ଗତକାଲି ରାତିରେ ପୁଲିସ ତାକୁ ଉଠାଇ ଆଣି ପଚରାଉଚରା କରୁଥିଲା । ଆଜି ସକାଳେ ତାର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe