ପୁରୀ ବିଧାନସଭା ଆସନରେ ବିଜେଡି-ବିଜେପି ଟକ୍କର : ପାଞ୍ଚ ଥରର ବିଧାୟକ ମହେଶ୍ବର ବନାମ୍ ପୂର୍ବତନ ପୌରାଧ୍ୟକ୍ଷ ଜୟନ୍ତ

Advertisment
ପୁରୀ ବିଧାନସଭା ଆସନରେ ବିଜେଡି-ବିଜେପି ଟକ୍କର : ପାଞ୍ଚ ଥରର ବିଧାୟକ ମହେଶ୍ବର ବନାମ୍  ପୂର୍ବତନ ପୌରାଧ୍ୟକ୍ଷ ଜୟନ୍ତ

Twitter.com

ପୁରୀ (ଗଦାଧର ପଣ୍ଡା):  ଭାରତର ପ୍ରମୁଖ ଧାମ, ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ଭୂମିରେ ତଥା ପୁରୀ ନିର୍ବାଚନମଣ୍ଡଳୀରେ ବାଜିମାତ ପାଇଁ ସବୁ ରାଜନୈତିକ ଦଳ ସର୍ବଦା ଉଦ୍ୟମ କରି ଆସିଛନ୍ତି। ଏଥର ପୁରୀରେ ବିଜୁ ଜନତା ଦଳ ପକ୍ଷରୁ  ମନ୍ତ୍ରୀ ମହେଶ୍ବର ମହାନ୍ତି  ବିଧାୟକ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ କରିଛି ନବାଗତ ଅରୋ ପ୍ରସାଦ ମିଶ୍ରଙ୍କୁ । ସେହିପରି ଭାରତୀୟ ଜନତା ପାର୍ଟି ପୁରୀ ମୁନିସିପାଲିଟିରର ପୂର୍ବତନ ଅଧ୍ୟକ୍ଷ ଜୟନ୍ତ ଷଡ଼ଙ୍ଗୀଙ୍କୁ ମଇଦାନକୁ ଓହ୍ଲାଇଛି। ଆସନ୍ତା ୨୩ରେ ଏହି ତିନି ପ୍ରାର୍ଥୀ ନିର୍ବାଚନ ସାମ୍ନା କରିବେ। ୧୯୯୫ରୁ ପାଞ୍ଚ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ମହେଶ୍ବର ଦୁଇ  ପ୍ରତିଦ୍ବନ୍ଦ୍ବୀକୁ ପଛରେ ପକାଇବାକୁ ସକ୍ଷମ ହୋଇପାରନ୍ତି। ତେବେ ବିଜେପି ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀ ତାଙ୍କୁ ଟକ୍କର ଦେଉଥିବା ଚର୍ଚ୍ଚା ହେଉଛି। 

୧୯୮୫ ମସିହାରୁ ପୁରୀ ବିଧାନସଭା ଆସନରେ କେବଳ ଅଣକଂଗ୍ରେସ ଦଳ ହିଁ ଏଠାରେ ରାଜୁତି କରି ଆସିଛି। ଏହାପୂର୍ବରୁ ୧୯୮୦ରେ ଶେଷ ଥର ପାଇଁ ଗଦାଧର ମିଶ୍ର କଂଗ୍ରେସ ପ୍ରାର୍ଥୀ ହୋଇ ନିର୍ବାଚିତ ହୋଇଥିଲେ। ୧୯୮୫ରୁ ଆଜି ପର୍ଯ୍ୟନ୍ତ ଅର୍ଥାତ ୩୫ ବର୍ଷ ହେବ ପୁରୀ ଆସନ କଂଗ୍ରେସ ମୁହଁ ଦେଖି ନାହିଁ। ଗତ ୩୫ ବର୍ଷ ଭିତରେ ଜନତା ଦଳ ୧୫ ବର୍ଷ କ୍ଷମତା ଦଖଲ କରିଥିବା ବେଳେ ବିଜେଡି( ବିଜୁ ଜନତା ଦଳ) ଗତ ୪ଟି ନିର୍ବାଚନରେ ଏହି ଆସନକୁ ଦଖଲ କରି ରଖିଛି। ତେବେ ଏହି ୩୫ ବର୍ଷ ଭିତରେ ବ୍ରଜ ତ୍ରିପାଠୀଙ୍କୁ ୧୦ ବର୍ଷ ସୁଯୋଗ ମିଳିଛି ଓ ମନ୍ତ୍ରୀ ମହେଶ୍ବର ମହାନ୍ତି ଲଗାତର ୧୯୯୫ରୁ ପାଞ୍ଚ ଥର ବିଧାୟକ ଭାବେ ନିର୍ବାଚିତ ହୋଇ ଆସୁଛନ୍ତି। 

ଏଥର ପୁରୀ ବିଧାନସଭାକୁ ନେଇ ଅନ୍ୟ ରାଜନୈତିକ ଦଳ ମଧ୍ୟ ସମ୍ବେଦନଶୀଳ ରହିଛନ୍ତି। ଗତ ୧୯୯୫ରୁ ଲଗାତର ଭାବେ ମହେଶ୍ବରଙ୍କ ସହିତ ପ୍ରତିଦ୍ବନ୍ଦ୍ବିତା କରି ପରାଜୟ ସ୍ବୀକାର କରି ଆସୁଥିବା ଉମା ବଲ୍ଲଭ ରଥ ଏଥର ବାଧ୍ୟ ହୋଇ ପୁରୀ ଛାଡିଛନ୍ତି। କଂଗ୍ରେସ ନେତା ଉମାବଲ୍ଲଭ ପୁରୀ ଛାଡି ଆଠଗଡ଼ ଯାଇଛନ୍ତି। ତେଣୁ ପ୍ରଥମ କରି ପୁରୀ ଉମା‌ଙ୍କ ବିନା ପ୍ରତିଦ୍ବନ୍ଦ୍ବିତ‌ା ‌ହେଉଛି। ମୋଟାମୋଟି ମହେଶ୍ବରଙ୍କ ପଲ୍ଲା ଭାରୀ ରହିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe