BJD Bamanala Photograph: (Sambad )
ବାମନାଳ: ବିଜୁ ଜନତା ଦଳ (ବିଜେଡି)ର ୨୮ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି। ନିମାପଡ଼ା-ଗୋପ ବିଜୁ ଜନତା ଦଳ ତରଫରୁ ନିମାପଡ଼ା ରବୀନ୍ଦ୍ର କଲ୍ୟାଣ ମଣ୍ଡପରେ ମହା ଆଡ଼ମ୍ବରରେ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଉତ୍ସବରେ ନିମାପଡ଼ା ବିଧାୟକ ପାର୍ଥୀ ଦିଲ୍ଲୀପ ନାୟକ, ପର୍ଯ୍ୟବେକ୍ଷକ ସୁବ୍ରତ ଛାଟୋଇ, ବରିଷ୍ଠ ନେତା ଦିଲ୍ଲୀପ ପାତ୍ର, ମାନସ ପ୍ରଧାନ, ପୁର୍ଣ୍ଣଚନ୍ଦ୍ର ସାହୁ, ଚିନ୍ତାମଣି ବରାଳ, ପ୍ରମୁଖ ଉପସ୍ଥିତ ରହି ପ୍ରଥମେ ଦଳୀୟ ପତାକା ଉତ୍ତୋଳନ କରାଯାଇଥିଲା। ପରେ ଏକ ବିରାଟ ବାଇକ୍ ଶୋଭାଯାତ୍ରାରେ ବଜାର ପରିକ୍ରମା ସମୟରେ ଦୋଳବେଦୀ ଛକରେ ମୋହନ ଦାଶଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଥିଲା।
ଥାନା ସମ୍ମୁଖରେ ଥିବା ସହିଦ ଉଛବ ମଲ୍ଲିକ ପ୍ରତିମୂର୍ତ୍ତୀରେ ଏହି ଅବସରରେ ବ୍ଲକ୍ ଛକରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସହିତ ମହାତ୍ମା ଗାନ୍ଧୀ ଓ ପଣ୍ଡିତ ଗୋପବନ୍ଧୁ ଦାସଙ୍କର ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯିବାର ପରେ ମେଡିକାଲ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା। ନିମାପଡ଼ା ପରେ ରବୀନ୍ଦ୍ର ମଣ୍ଡପ ପରିସରରେ ମଧ୍ୟାହ୍ନ ସମୟରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।
ଅନ୍ୟମାନଙ୍କ ମଧ୍ୟରେ ପୁରୀ ଜିଲ୍ଲାର ଉପସଭାପତି ସତ୍ୟବାଦୀ ମହାପାତ୍ର, ୧୮ ନମ୍ୱର ଜିଲ୍ଲା ପରିଷଦ ସଭ୍ୟା କୁଞ୍ଜଲତା ସାମଲ, ଗୋପ ବ୍ଲକର ପୁର୍ବତନ ଉପାଧ୍ୟକ୍ଷ ନିରଞ୍ଜନ ମହାପାତ୍ର,ବିଜୟ ପଟନାୟକ, ଲୋକନାଥ ସାହୁ,ସୁକାନ୍ତ ମହାନ୍ତି, ଏନ୍ଏସି ଅଧ୍ୟକ୍ଷା ସସ୍ମିତା ସାହୁ, ଗୋପ ବ୍ଲକ ଅଧ୍ୟକ୍ଷା ଝୁନୁ ମଲ୍ଲିକ, କାଉନସିଲର ଧନୁର୍ଦ୍ଧର ଦାସଙ୍କ ସମେତ ୧ ହଜାରରୁ ଊର୍ଦ୍ଧ୍ବ କର୍ମୀ ଯୋଗ ଦେଇଥିଲେ।
Follow Us