India Today
ବ୍ରହ୍ମଗିରି : ବ୍ରହ୍ମଗିରି ଥାନା ଅଲାରପୁର ଗାଁର ସୁକାନ୍ତ ସେଠୀ(୨୫)ଙ୍କୁ ବ୍ରାଉନ୍ସୁଗାର କାରବାର ଅଭିଯୋଗରେ ପୁଲିସ ଗିରଫ କରିଛି। ତାଙ୍କଠାରୁ ପ୍ରାୟ ୮୦ ହଜାର ଟଙ୍କା ମୂଲ୍ୟର ବ୍ରାଉନ୍ସୁଗାର ଜବତ କରାଯାଇଛି।
ଗତ କିଛି ଦିନ ଧରି ସୁକାନ୍ତ ବ୍ରହ୍ମଗିରି ଥାନା ଇଲାକାରେ ବ୍ରାଉନ୍ ସୁଗାର କାରବାର ଚଳାଇଥିଲା। ଗତକାଲି ରାତିରେ ପୁଲିସର ଏକ ସ୍ବତନ୍ତ୍ର ଟିମ୍ ସୁକାନ୍ତଙ୍କ ଘରେ ଚଢ଼ଉ କରି ୫ ଗ୍ରାମ ୩ ମିଲିଗ୍ରାମ ଓଜନର ବ୍ରାଉନ୍ ସୁଗାର ଜବତ କରିବା ସହ ୩/୨୦ରେ ଏକ ମାମଲା ରୁଜୁ କରି ସୁକାନ୍ତକୁ କୋର୍ଟ ଚାଲାଣ କରିଥିଲା। ମାତ୍ର ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଥିବା ବ୍ରହ୍ମଗିରି ଥାନା ଆଇଆଇସି ମନୋଜ କୁମାର ଶତପଥୀ ସୂଚନା ଦେଇଛନ୍ତି।
Follow Us