ପୁରୀ: ପୂର୍ବାହ୍ନରେ ଟ୍ରେନରେ ଘରକୁ ପରିବାର ସହିତ ଫେରୁଥିବା ଜଣେ ଦୁଇ ବର୍ଷର ଶିଶୁ ବେକରୁ ଚେନ ଛିଣ୍ଡାଇ ନେଉଥିବା ଦୁଇ ଜଣ ମହିଳାଙ୍କୁ ଜିଆରପି ଥାନା ପୁଲିସ ଗିରଫ କରିଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ ସକାଳ ସାଢ଼େ ସାତଟା ବେଳେ ବାଣପୁର ଥାନା ଅନ୍ତର୍ଗତ ସାନନାଇର ରଚନା ବେହେରା ତାଙ୍କ ଦୁଇ ବର୍ଷର ଝିଅକୁ ନେଇ ପୁରୀ ଗୁଣପୁର ପାସେଞ୍ଜର ଗାଡ଼ିରେ ଯାଉଥିଲେ। ଏହି ସମୟରେ ଏହି ଶିଶୁର ବେକରୁ ଏକ ରୁପା ଚେନ ଓ ସୁନା ଲକେଟକୁ ପେଣ୍ଠକଟାର ଶାନ୍ତି ଦାସ ଓ ଲକ୍ଷ୍ମୀ ଦାସ ଝାମ୍ପି ନେଉଥିଲେ। ବାସନ୍ତ ଚିତ୍କାର କରିବାରୁ ସେଠାରେ ଥିବା ଲୋକମାନେ ଶାନ୍ତି ଓ ଲକ୍ଷ୍ମୀଙ୍କୁ ଧରି ଜିଆରପି ଥାନା ଜିମାରେ ଦେଇଥିଲେ। ଏନେଇ ରଚନାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଶାନ୍ତି ଓ ଲକ୍ଷ୍ମୀକୁ ଗିରଫ କରି କୋର୍ଟଚାଲାଣ କରିବା ସହିତ ସେମାନଙ୍କ ଠାରୁ ଚେନ ଓ ଲକେଟକୁ ଜବତ କରିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us