ରଥାରୁଢ଼ ହେଲେ ଚତୁର୍ଦ୍ଧାମୂର୍ତ୍ତି

ଶ୍ରୀଗୁଣ୍ଡିଚା ମନ୍ଦିରରୁ ପ୍ରଭୁ ଶ୍ରୀବଳଭଦ୍ର ଦେବୀ ମା’ସୁଭଦ୍ରା ଏବଂ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ଶ୍ରୀମନ୍ଦିରକୁ ବାହୁଡ଼ା ଯାତ୍ରା ନୀତି ଆରମ୍ଭ ହୋଇଛି। ଚତୁର୍ଦ୍ଧାମୂର୍ତ୍ତି ରଥାରୁଢ଼ ହୋଇଛନ୍ତି....

Chaturdhamurti in respective chariots

Chaturdhamurti in respective chariots Photograph: (sambad.in)

ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିରରୁ ପ୍ରଭୁ ଶ୍ରୀବଳଭଦ୍ର  ଦେବୀ  ମା’ସୁଭଦ୍ରା ଏବଂ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ଶ୍ରୀମନ୍ଦିରକୁ ବାହୁଡ଼ା ଯାତ୍ରା ନୀତି ଆରମ୍ଭ ହୋଇଛି। ଚତୁର୍ଦ୍ଧାମୂର୍ତ୍ତି ରଥାରୁଢ଼ ହୋଇଛନ୍ତି।


ପ୍ରଥମେ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଚକ୍ରରାଜ ଶ୍ରୀସୁଦର୍ଶନଙ୍କୁ ପହଣ୍ଡିରେ ସେବାୟତମାନେ ଆଣିଥିଲେ।

ଅଧିକ ପଢ଼ନ୍ତୁ: ବାହୁଡ଼ା ଯାତ୍ରା ପାଇଁ ପୁଲିସ ସଜାଗ

ଏହା ପରେ ପାରମ୍ପରିକ ବାଦ୍ୟର ତାଳେ ତାଳେ ଧାଡ଼ି ପହଣ୍ଡିରେ ତାଳଧ୍ୱଜ ରଥକୁ ବଡ଼ ଠାକୁର ଶ୍ରୀବଳଭଦ୍ରଙ୍କର ବିଜେ କରାଯାଇଥିଲା।

ବଡ଼ ଠାକୁର ଶ୍ରୀବଳଭଦ୍ରଙ୍କ ପଛେ ପଛେ ଦେବୀ ମା’ସୁଭଦ୍ରା ଧାଡ଼ି ପହଣ୍ଡିରେ ଦର୍ପଦଳନ ରଥକୁ ବିଜେ କରିଥିଲେ।

ଶେଷରେ ମହାପ୍ରଭୁ କାଳିଆ ସାଆନ୍ତ ପ୍ରଭୁ ଶ୍ରୀ ଜଗନ୍ନାଥ ଧାଡ଼ି ପହଣ୍ଡିରେ ନନ୍ଦିଘୋଷ ରଥକୁ ବିଜେ କରିଥିଲେ।

ଏହାପରେ ବିଜେ ପ୍ରତିମା ପ୍ରଭୁ ଶ୍ରୀ ମଦନମୋହନ ଓ ଶ୍ରୀ ରାମ କୃଷ୍ଣ ରଥକୁ ବିଜେ ହୋଇଥିଲେ।


ଏହା ପରେ ନୀତି ନିର୍ଘଣ୍ଟ ଅନୁସାରେ ଛେରା ପହଁରା ନୀତି ଗଜପତି ମହାରାଜା  ଦିବ୍ୟ ସିଂହ ଦେବଙ୍କ ଦ୍ବାରା ଅପରାହ୍ନ ୨:୩୦ ରୁ ୩:୩୦ ମଧ୍ୟରେ ସମ୍ପନ୍ନ ହେବ।


ଛେରା ପହଁରା ଚାରମାଳ ଫିଟା ପରେ  ଘୋଡ଼ା ଯୋଚା ନୀତି ଅପରାହ୍ନ ୩ ରୁ ୪ଟା ମଧ୍ୟରେ ଶେଷ ହେବ। ଏହାପରେ  ରଥ ଟଣା ଅପରାହ୍ନ ୪ଟାରୁ ଆରମ୍ଭ ହେବ।

ଅଧିକ ପଢ଼ନ୍ତୁ: ବଡ଼ ଠାକୁର ଶ୍ରୀବଳଭଦ୍ରଙ୍କ ପଛେ ପଛେ ମା’ ସୁଭଦ୍ରାଙ୍କ ଧାଡ଼ି ପହଣ୍ଡି

Bahuda Yatra 2025 | Rath Yatra 2025 | Sribalabhadra | Mother Subhadra | shree sudarshan

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe