ନିଖୋଜ କଲେଜ ଛାତ୍ରୀ ଉଦ୍ଧାର: ଗତକାଲି ନଦୀକୁ ଡେଇଁଥିଲେ ଯୁବତୀ

ନିଖୋଜ କଲେଜ ଛାତ୍ରୀ ଉଦ୍ଧାର: ଗତକାଲି ନଦୀକୁ ଡେଇଁଥିଲେ ଯୁବତୀ

image source--Today-online

କଣାସ: ରାଜୁଆ ନଦୀ ବ୍ରିଜ୍ ଉପରୁ ଡେଇଁ ନିଖୋଜ କଲେଜ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ଗତକାଲି କଣାସ  ଥାନା ଅନ୍ତର୍ଗତ ଗଡବଡପୁଟ ଗ୍ରାମର ଜଣେ ୧୮ ବର୍ଷୀୟା +୩ ଦ୍ୱିତୀୟ ବର୍ଷ କଳାରେ ପାଠ ପଢୁଥିବା ଛାତ୍ରୀ ଗାଁ ନିକଟରେ ଥିବା ମନ୍ଦାରବସ୍ଥ ବିଦ୍ୟୁତ୍ ମହାବିଦ୍ୟାଳୟକୁ ଯିବା ସମୟରେ ରାଜୁଆ ନଦୀ ବ୍ରିଜ ଉପରୁ ଡେଇଁଥିଲେ। ଉକ୍ତ ଛ‌ାତ୍ରୀଙ୍କ ନାମ ସୂର୍ଯ୍ୟକାନ୍ତି ଛୁଆଳସିଂ ବୋଲି ଜଣାଯାଇଛି।

ଗତକାଲି ଖବର ପାଇ କଣାସ ଅଗ୍ନିଶମ ବିଭାଗର ୬ଜଣିଆ ଟିମ୍ ମିଶି ରାଜୁଆ, ଦୟା, ମକରା ନଦୀର ତଳିଆ ଅଞ୍ଚଳରେ ବୋଟ ସାହାଯ୍ୟରେ ଦୁଇ ଦିନ ଧରି ଖୋଜାଖୋଜି ଜାରି ରଖିଥିଲେ। ପରିବାର ପକ୍ଷୁର ସ୍ଥାନୀୟ ଥାନାରେ ମଧ୍ୟ ଏନେଇ ଅଭିଯୋଗ ଦିଆଯାଇଥିଲା। ଏବେ ଗତକାଲି ନିଖୋଜ ଥିବା କଲେଜ ଛାତ୍ରୀଙ୍କ ଦୀର୍ଘ ୩୮ ଘଣ୍ଟା ପରେ କଣାସର ଚିଲିକା ନିକଟ ହରିପୁରୁ ଗ୍ରାମର କିଛି ଯୁବକ ମକରା ନଦୀରେ ଡଙ୍ଗାରେ ମିଳିମିଶି ଭୋଜି କରିବା ସମୟରେ ଗୋଟିଏ ଶବ ଭାସୁଥିବାର ଦେଖିବାକୁ ପାଇଥିଲେ।  କଣାସ ପୁଲିସ ଶବକୁ ଉଦ୍ଧାର କରି ନିଖୋଜ ଥିବା ଗଡ଼ବଡ଼ପୁଟ ଗ୍ରାମର ଝିଅର ପରିବାରକୁ ଖବର ଦେଇଥିଲେ। ଖବର ପାଇ ଝିଅର ବାପା ହରିପୁର ଗ୍ରାମରେ ପହଞ୍ଚି ଶବଟିକୁ ଦେଖି ହାତରେ କଳା ସୂତା ସହ କଲେଜ ଡ୍ରେସ ପିନ୍ଧିଥିବା ଶବଟି ତାଙ୍କ ଝିଅର ବୋଲି ଚିହ୍ନି ପାରିଥିଲେ। ଏହା ପରେ ଗଡ଼ିଶାଗୋଦା ପୁଲିସ ଶବଟିକୁ ଜବତ କରି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ  ବ୍ୟବଚ୍ଛେଦ ପାଇଁ ପଠାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe