ପରିକ୍ରମା ପ୍ରକଳ୍ପ ଲୋକାର୍ପଣରେ ଯୋଗ ଦେଇ ଖୁସି ବ୍ୟକ୍ତ କଲେ ସାଂସଦ ଅନୁଭବ ଓ ବିଧାୟକ ଅଧୀରାଜ

ପରିକ୍ରମା ପ୍ରକଳ୍ପ ଲୋକାର୍ପଣରେ ଯୋଗ ଦେଇ ଖୁସି ବ୍ୟକ୍ତ କଲେ ସାଂସଦ ଅନୁଭବ ଓ ବିଧାୟକ ଅଧୀରାଜ

ଭୁବନେଶ୍ବର/ପୁରୀ: ବିଶ୍ବ ପ୍ରସିଦ୍ଧ ଶ୍ରୀମନ୍ଦିରର ମେଘନାଦ ପାଚେରୀ ବାହାରେ ପରିକ୍ରମା ପ୍ରକଳ୍ପ ଆଜି ଅପରାହ୍‌ଣରେ ଲୋକାର୍ପିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ସୂର୍ଯ୍ୟପୂଜା, ଧରିତ୍ରୀପୂଜା, ଗୋପୂଜା, ପଞ୍ଚକର୍ମ, ବାସ୍ତୁ ଶୋଧନ, ଅଧିବାସ, ଫଳକ ପୂଜା ଆଦି କରାଯାଇଛି।

ଏହି ଅବସରରେ କଂଗ୍ରେସ ବିଧାୟକ ଅଧୀରାଜ ପାଣିଗ୍ରାହୀ କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉତ୍ସବରେ ସାମିଲ ହୋଇ ନିଜକୁ ଗର୍ବିତ ମନେ କରୁଛି। ରାଜନୀତି ଠୁ ଉପରେ ଏଥିରେ ସାମିଲ ହେବା ଦରକାର। ଆଜିର ଐତିହାସିକ କାର୍ଯ୍ୟକ୍ରମ ଉପସ୍ଥିତି ଜାହିର କରିଛୁ। ପୁରୀରେ ବହୁତ ପରିବର୍ତ୍ତନ ହୋଇଛି। ଖରିଆର ଲୋକଙ୍କ ପ୍ରତିନିଧି ଭାବେ ଆସିଛି।

ସେହିପରି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବହୁତ ସୁନ୍ଦର ହେଇଛି। ମୁଁ ବହୁତ ଖୁସି ଆଜି ପରିକ୍ରମା କରିକି ଯିବି। ଜୀବନରେ ଯାହା ମାଗିଛି ଜଗନ୍ନାଥ ସବୁ ଦେଇଛନ୍ତି। ବେଳେ ବେଳେ କୌଣସି କାରଣରୁ ମିଳିବାରେ ବିଳମ୍ବ ହେଇଛି କିନ୍ତୁ ଜଗା ଶୁଣିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe