ଦୋଷୀଙ୍କୁ ଦଣ୍ଡ: ପୁରୀରେ ଜଣକୁ ଆଜୀବନ, କୁଚିଣ୍ଡାରେ ଜଣକୁ ୧୦ବର୍ଷ କାରାଦଣ୍ଡ

Advertisment
ଦୋଷୀଙ୍କୁ ଦଣ୍ଡ: ପୁରୀରେ ଜଣକୁ ଆଜୀବନ, କୁଚିଣ୍ଡାରେ ଜଣକୁ ୧୦ବର୍ଷ କାରାଦଣ୍ଡ

ପୁରୀ/କୁଚିଣ୍ଡା: ମହିଳାଙ୍କ ପ୍ରତି ଅପରାଧୀକ ମାମଲାରେ ସଂପୃକ୍ତ ଥିବା ୨ଜଣ ବ୍ୟକ୍ତିଙ୍କୁ କୋର୍ଟରୁ ଦଣ୍ଡ ମିଳିଛି। ପୁରୀରେ ଶୁକ୍ରବାର ଜଣକୁ ଆଜୀବନ ଓ ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ଜଣକୁ ୧୦ ବର୍ଷ କାରାଦଣ୍ଡ ମିଳିଛି।

ପୁରୀ ଏଡିଜେ ଏମ୍‌ଆର୍‌ ଦୋରା ହତ୍ୟା ଅଭିଯୋଗରେ ଚନ୍ଦନପୁର ଥାନା ଅନ୍ତର୍ଗତ ବାଳିଆ ଗ୍ରାମର କାର୍ତ୍ତିକ ପ୍ରଧାନଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। କାର୍ତ୍ତିକ ୨୦୧୨ ମେ ୧ରେ ନିଜ ଗ୍ରାମର ବିଦ୍ୟାଧର ବାରିକଙ୍କୁ ହତ୍ୟା କରିଥିଲା। ଥାନାରେ ଅଭିଯୋଗ ପରେ କାର୍ତ୍ତିକକୁ ପୁଲିସ ଗିରଫ କରିଥିଲା। କାର୍ତ୍ତିକ ଜେଲରେ ଥିବା ବେଳେ ଏଡିଜେ ଦୋରା ୧୫ଜଣ ସାକ୍ଷୀଙ୍କ ବୟାନକୁ ପ୍ରମାଣିତ କରି ଦଣ୍ଡାଦେଶ ଶୁଣାଇଛନ୍ତି।

ସେହିଭଳି ଜଣେ ବିବାହିତା ମହିଳାଙ୍କୁ ଅପହରଣ ସହିତ ଦୁଷ୍କର୍ମ ଅଭିଯୋଗରେ ମଡ଼ିଆପରା ଗ୍ରାମର କୋକିଲ ନାଏକଙ୍କୁ କୁଚିଣ୍ଡା ଏଡିଜେ ମିନତୀ କୁମାରୀ ପଣ୍ଡା ୧୦ବର୍ଷ କାରାଦଣ୍ଡ ଶୁଣାଇଛନ୍ତି। ଗ୍ରାମର ଜଣେ ଯୁବତୀ ୨୦୧୨ ମାର୍ଚ୍ଚ ୧୦ରେ ବିବାହ କରିଥିଲେ। କାର୍ତ୍ତିକ ବିବାହିତାଙ୍କୁ ୨୦୧୨ ମାର୍ଚ୍ଚ ୨୯ରେ ଅପହରଣ କରି ଦିଲ୍ଲୀ ନେଇଯାଇଥିଲେ। ସେଠାରେ ସେ ଦୁଷ୍କର୍ମ କରିବା ସହିତ ଶାରୀରିକ ନିର୍ଯ୍ୟାତନା ମଧ୍ୟ ଦେଇଥିଲେ ବୋଲି ପୀଡ଼ିତା ଥାନାରେ ଅଭିଯୋଗ କରିଥିଲେ। ଏବାବାଦରେ ଭାରତୀୟ ଦଣ୍ଡ ସଂହିତା ଧାରା ୩୬୬/୩୪ ଓ ୩୭୬ରେ ୧୭/୨୦୧୪ରେ ମାମଲା ରୁଜୁ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe