ଅସ୍ତରଙ୍ଗରେ ଥମୁନି ଝାଡ଼ାବାନ୍ତି

Advertisment

୪ ଶହରୁ ଊର୍ଦ୍ଧ୍ବ ରୋଗୀ ମେଡିକାଲ୍‌ରେ ଭର୍ତ୍ତି

୪ ଶହରୁ ଊର୍ଦ୍ଧ୍ବ ରୋଗୀ ମେଡିକାଲ୍‌ରେ ଭର୍ତ୍ତି

ଅସ୍ତରଙ୍ଗରେ ଥମୁନି ଝାଡ଼ାବାନ୍ତି

ଅସ୍ତରଙ୍ଗ: ଅସ୍ତରଙ୍ଗ ଅଞ୍ଚଳରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ପ୍ରତିଦିନ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ଲାଗି ଆକ୍ରାନ୍ତମାନେ ଆସୁଥିବା ବେଳେ, ଗ୍ରାମାଞ୍ଚଳରେ ଏହା ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟା ଭାବରେ ଦେଖାଦେଇଛି। ଖବର ମୁତାବକ, ସପ୍ତାହକ ମଧ୍ୟରେ ଝାଡ଼ାବାନ୍ତିରେ ସର୍ବାଧିକ ଲୋକ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ରୋଗୀଙ୍କ ମଧ୍ୟରେ ମହିଳା ଓ ବୃଦ୍ଧବୃଦ୍ଧାଙ୍କ ସଂଖ୍ୟା ସବୁଠାରୁ ଅଧିକ। ଏକକାଳୀନ ଏତେ ରୋଗୀ ଆସୁଛନ୍ତି ଯେ ମେଡିକାଲ୍‌ରେ ବେଡ୍ ମିଳୁନାହିଁ। ଗତ ୩ ଦିନରେ ୪ ଶହରୁ ଊର୍ଦ୍ଧ୍ବ ରୋଗୀ ହିସାବକୁ ଆସିଥିବା ବେଳେ ୫ ଶହରୁ ଅଧିକ ସାଲାଇନ୍ ବ୍ୟବହାର ହୋଇଥିବା ଜଣାପଡ଼ିଛି। ଏତେ ସଂଖ୍ୟକ ରୋଗୀଙ୍କ ପାଇଁ ଜଣେ ଡାକ୍ତର ଓ ଜଣେ ନର୍ସ ରହିଥିବା ବେଳେ ରୋଗୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କର୍ମଚାରୀ ଅଭାବରୁ ଚତୁର୍ଥ ଶ୍ରେଣୀ କର୍ମଚାରୀ ଦାୟିତ୍ୱ ତୁଲାଉଛନ୍ତି। ତେବେ ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। ଜରୁରିକାଳୀନ ସେବା ଯୋଗାଇବା ପାଇଁ ଜିଲ୍ଲା ସ୍ବାସ୍ଥ୍ୟବିଭାଗ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe