ରାସ୍ତାକଡ଼ରୁ ଶବ ଜବତ

ରାସ୍ତାକଡ଼ରୁ ଶବ ଜବତ

closeup of the feet of a dead body covered with a sheet, with a blank tag tied on the big toe of his left foot, in monochrome, with a vignette added

ପୁରୀ: ଆଜି ସଦର ଥାନା ପୁଲିସ ପୁରୀ-ବ୍ରହ୍ମଗିରି ରାସ୍ତା କଡ଼ ଜୋରରୁ ଏକ ଶବ ଜବତ କରିଛି। ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ପୁଲିସ ଶବକୁ ବ୍ୟବଚ୍ଛେଦ କରାଇଛି। ମିଳିଥିବା ସୂଚନା ଅନୁସାରେ ସଦର ଥାନା ଅନ୍ତର୍ଗତ କପିଳେଶ୍ବରପୁର ଚତୁର୍ଥଶ ଗ୍ରାମର ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ଶବ ଆଜି ପୂର୍ବାହ୍ନରେ ଖଡ଼ିପଦା ନିକଟସ୍ଥ ରାସ୍ତାକଡ଼ ଜୋରରୁ ମିଳିଥିଲା। ସେ ପ୍ରତିଦିନ ଶ୍ରୀମନ୍ଦିରକୁ ଦର୍ଶନ କରିବାକୁ ଆସନ୍ତି। ଗତକାଲି ଶ୍ରୀମନ୍ଦିର ଦର୍ଶନ କରି ଫେରୁଥିବା ବେଳେ କୌଣସି ପ୍ରକାର ଏହି ଜୋରକୁ ଗଳିପଡ଼ିଥିବା ପୁଲିସ ଅନୁମାନ କରୁଛି। ଆଜି ତାଙ୍କର ଶବ ଏହି ଜୋରରୁ ମିଳିଥିଲା। ଏ ସଂକ୍ରାନ୍ତରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe