ଶ୍ରୀମନ୍ଦିର ପ୍ରଶାସକଙ୍କୁ ଭେଟିଲେ ଦୀପ ଦୋକାନୀ

ଶ୍ରୀମନ୍ଦିର ପ୍ରଶାସକଙ୍କୁ ଭେଟିଲେ ଦୀପ ଦୋକାନୀ

ପୁରୀ: ଶ୍ରୀମନ୍ଦିର ପରିସରରେ ଦୀପ ବ୍ୟବସାୟ କରୁଥିବା ଦୋକାନୀମାନେ ବୁଧବାର ସନ୍ଧ୍ୟାରେ ଶ୍ରୀମନ୍ଦିର ପ୍ରଶାସକଙ୍କୁ ଭେଟିଛନ୍ତି। ପ୍ରାୟ ୨୦ରୁ ଅଧିକ ବ୍ୟବସାୟୀ ଅଧିକାରୀଙ୍କୁ ଭେଟିଥିଲେ। ଶ୍ରୀମନ୍ଦିର ପରିସରରେ ନକଲି ଘିଅରେ ଦୀପ ଜଳାଇବାକୁ ନେଇ ଅଭିଯୋଗ ହେବା ପରେ ବୁଧବାର ସକାଳୁ ଶ୍ରୀମନ୍ଦିର ପ୍ରଶାସକ ପ୍ରଦୀପ କୁମାର ଜେନା ଓ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ଵାଲ ଅଚାନକ ଚଢ଼ାଉ କରିଥିଲେ।

ଚଢ଼ାଉ ସମୟରେ ଅଧିକାରୀମାନେ ନକଲି ଘିଅ ବିକ୍ରି କରାଯାଉଥିବା ଦେଖିଥିଲେ। ଏହା ପରେ ପୁଲିସକୁ ଖବର ଦେଇଥିଲେ। ଶ୍ରୀମନ୍ଦିର ପ୍ରଶାସକ ଦୋକାନୀମାନଙ୍କ ଠାରୁ ଘିଅ ସଂଗ୍ରହ କରିଛନ୍ତି। ଏହାକୁ ପରୀକ୍ଷା ପାଇଁ ଳାବ୍ରୋଟେରି ପଠାଯିବ ବୋଲି ଜଣଶପଡ଼ିଛି। ପୁଲିସ ୪ଜଣ ବ୍ୟବସାୟୀଙ୍କୁ ନେଇ ପଚରାଉଚରା କରିବା ପରେ ଛାଡ଼ି ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe