ମହାପ୍ରଭୁଙ୍କୁ ଦର୍ଶନ କଲେ ବାଗେଶ୍ୱର ଧାମ ବାବା: ଗଦା ଉପହାର ଦେଲେ ଧବଳେଶ୍ବରଙ୍କ ପୂଜକ

ମହାପ୍ରଭୁଙ୍କୁ ଦର୍ଶନ କଲେ ବାଗେଶ୍ୱର ଧାମ ବାବା: ଗଦା ଉପହାର ଦେଲେ ଧବଳେଶ୍ବରଙ୍କ ପୂଜକ

ପୁରୀ: ଶ୍ରୀମନ୍ଦିରକୁ ଯାଇ ଜଗନ୍ନାଥ ଦର୍ଶନ କରିଛନ୍ତି ବାଗେଶ୍ୱର ଧାମ ବାବା ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ। ଶ୍ରୀମନ୍ଦିରରେ ପ୍ରାୟ ୧ଘଣ୍ଟା ରହଣି କାଳରେ ମହାପ୍ରଭୁଙ୍କ ଦର୍ଶନ କରି ସେ ଭାବବିହ୍ଵଳ ହେବା ସହ ବିମଳା ମନ୍ଦିର, ଲକ୍ଷ୍ମୀ ମନ୍ଦିର ଓ  ପରେ ଶ୍ରୀମନ୍ଦିର ଭିତରେ ଥିବା ସାକ୍ଷୀଗୋପାଳ ମନ୍ଦିରରେ ବସି ମହାପ୍ରସାଦ ସେବନ କରିଥିଲେ।

ନିଜ ଜଗନ୍ନାଥ ଦର୍ଶନ ଅନୁଭୂତି ଖୁବ ସୁନ୍ଦର ରହିଛି ବୋଲି ସେ କହିବା ସହ ଜାନୁଆରୀ ୨୨ରେ ହେବାକୁ ଯାଉଥିବା ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ବିଷୟରେ ପ୍ରତିକ୍ରିୟା ଦେଇ ସେ ସମସ୍ତ ଭାରତୀୟଙ୍କ ବିଜୟ ବୋଲି କହିଥିଲେ। ତେବେ ଶ୍ରୀମନ୍ଦିର ଯିବା ପୂର୍ବରୁ ସେ ସିଂହଦ୍ୱାର ଠାରେ ନିଜ କଠଉ ରଖିଦେଇ ଯାଇଥିଲେ। ଯାହାକୁ ମୁଣ୍ଡ ଛୁଇଁ ଦର୍ଶନ କରିବାକୁ ଉତ୍ସୁକତା ଦେଖିବାକୁ ମିଳିଥିଲା। ସେପଟେ ହନୁମାନ ସାଧକ ବାବା ବାଗେଶ୍ୱରଙ୍କୁ  ଧବଳେଶ୍ବରଙ୍କ ପୂଜକ ସିତେଶ ପତ୍ରି  ଏକ ପିତ୍ତଳର ଗଦା ଉପହାର ଦେଇଥିଲେ, ଯାହାର ଓଜନ ପ୍ରାୟ ସାଢ଼େ ଛଅ କିଲୋ ଓ ମୂଲ୍ୟ ୧୨ ହଜାର ଟଙ୍କା ହେବ ବୋଲି ସିତେଶ କହିଥିଲେ। ବାବା ଓଡ଼ିଶା ଆସିଲେ ସେ ଏହାକୁ ବାବାଙ୍କୁ ଦେବାପାଇଁ ଟାଙ୍ଗୀସ୍ଥିତ ଭଟିମୁଣ୍ଡାରେ ତିଆରି କରାଇଥିଲେ। ବାଗେଶ୍ୱର ବାବାଙ୍କ ଆସିବା ଖବର ଶୁଣି ତାଙ୍କୁ ଦେଖିବା ପାଇଁ ଶ୍ରୀମନ୍ଦିର ଓ ସିଂହଦ୍ୱାରରେ ପ୍ରବଳ ଭିଡ଼ ଜମିଥିଲା। ଏମିତିକି ସିଂହଦ୍ୱାରଠାରେ ଏକପ୍ରକାର ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe