ମହାମାୟୀଙ୍କ କାହାଣୀ ଯେତିକି ରୋମାଞ୍ଚକ, ପୂଜା ବିଧି ସେତିକି ମର୍ମସ୍ପର୍ଶୀ

ଚାରିଆଡ଼େ ଛନଛନ କାଶତଣ୍ଡୀ ମନକୁ ହରଣ କରୁଛି। ଶରତର ମୃଦୁ ମଳୟ ତନମନରେ ପାର୍ବଣର ରଙ୍ଗ ମାଖିଛି। ମା’ଙ୍କୁ ଆବାହନ ପାଇଁ ପୂଜା ମଣ୍ଡପ ସଜେଇ ହୋଇଛି। ଧରାପୃଷ୍ଠକୁ ଓହ୍ଲାଇ ଆସିଛନ୍ତି ମା’ ଦୁର୍ଗତିନାଶିନୀ।

New Project

ପୁରୀ: ଚାରିଆଡ଼େ ଛନଛନ କାଶତଣ୍ଡୀ ମନକୁ ହରଣ କରୁଛି। ଶରତର ମୃଦୁ ମଳୟ ତନମନରେ ପାର୍ବଣର ରଙ୍ଗ ମାଖିଛି। ମା’ଙ୍କୁ ଆବାହନ ପାଇଁ ପୂଜା ମଣ୍ଡପ ସଜେଇ ହୋଇଛି। ଧରାପୃଷ୍ଠକୁ ଓହ୍ଲାଇ ଆସିଛନ୍ତି ମା’ ଦୁର୍ଗତିନାଶିନୀ। ଏଥର ଆଉ ଆଢ଼ୁଆଳରେ ନୁହେଁ, ସାମ୍ନାସାମ୍ନି ମା’ ଓ ଭକ୍ତଙ୍କ ମଧ୍ୟରେ ହେବ ଭାବ ଦିଆନିଆ। ସାହିସାହି ବୁଲି ମା’ଙ୍କ ବିଶାଳକାୟ ମୂର୍ତିକୁ ଦେଖି ବିଭୋର ହେବେ। ଆଶୀର୍ବାଦ ଲଭିବେ। 

ଐତିହ୍ୟ ସହର ଶ୍ରୀକ୍ଷେତ୍ରରେ ଶାରଦୀୟ ପୂଜା ନିଆରା ଅନୁଭବ ଦେଉଥିବାରୁ ଦୂରଦୂରାନ୍ତରରୁ ଛୁଟି ଆସିବେ ଭକ୍ତ। ଏନେଇ ପୂଜା କମିଟି ପକ୍ଷରୁ ହୋଇଯାଇଛି ଜୋରଦାର ପ୍ରସ୍ତୁତି।

ମା’ଦୁର୍ଗା ସର୍ବତ୍ର ମହିଷାମର୍ଦ୍ଦିନୀ ଦୁର୍ଗା ଦେବୀ ରୂପେ ପୂଜା ପାଉଥିବା ବେଳେ ଶ୍ରୀକ୍ଷେତ୍ରରେ ବୃହତାକାୟ ବିଗ୍ରହ ଗୋସାଣୀ ଭାବେ ପୂଜା ପାଇ ଆସୁଛନ୍ତି। ମା’କାକୁଡ଼ିଖାଇ, ଜହ୍ନିମୁଣ୍ଡିଆ ଜହ୍ନିଖାଇ, ବାଲିସାହି ଜହ୍ନିଖାଇ, ମା’ ଶୂନ୍ୟଗୋସାଣୀ, ବନଦୁର୍ଗା, ଶିତଳା, ପଣାପ୍ରିୟା, ହରଚଣ୍ଡୀ, ତ୍ରିପୂରା ସୁନ୍ଦରୀ, ଚକ୍ରକୂଟ, ଗେଲବାଈ, ହାଡ଼ବାଈ, ମହନ୍ତେଶ୍ବରୀ, ବେଲବାଈ, ଭୋଗଯାଗା, ଶଙ୍ଖେଶ୍ବରୀ ଦେବୀ ରୂପରେ ପୂଜା ପାଇବେ। ଶ୍ରୀକ୍ଷେତ୍ରରେ ୨୬ଟି ସ୍ଥାନରେ ଦେବୀଙ୍କୁ ପୂଜା କରାଯାଉଥିବା  ବେଳେ ବାଲିସାହି, ହରଚଣ୍ଡୀ ସାହି ସମେତ ବିଭିନ୍ନ ସ୍ଥାନରେ ନାଗା ପୂଜନର ବିଧି ପ୍ରଚଳିତ ହୋଇ ଆସୁଛି। ପ୍ରତ୍ୟେକ ପୂଜାମଣ୍ଡପରେ ବିରାଜମାନ କରୁଥିବା ମହାମାୟୀଙ୍କ କାହାଣୀ ଯେତିକି ରୋମାଞ୍ଚକ, ପୂଜା ବିଧି ସେତିକି ମର୍ମସ୍ପର୍ଶୀ। ନୀତିକାନ୍ତି ଅନୁସାରେ ଅନ୍ୟ ସ୍ଥାନରେ ଦୁର୍ଗାପୂଜା ଓ ଶ୍ରୀକ୍ଷେତ୍ରରେ ପୂଜା ମଧ୍ୟରେ ତାରତାମ ଦେଖାଯାଇଥାଏ। 

 special story | puri 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe