ଭୁଷଣ୍ଡପୁରରେ ହାତୀ ଉପଦ୍ରବ

Advertisment
ଭୁଷଣ୍ଡପୁରରେ ହାତୀ ଉପଦ୍ରବ

ବ୍ରହ୍ମଗିରି: ଭୁଷଣ୍ତପୁର ଅଂଚଳରେ ହାତୀପଲ ଉପଦ୍ରବ କରିବାରେ ଲାଗିଛନ୍ତି। ବ୍ୟାପକ ଧାନ ଫସଲ ନଷ୍ଟ କରିବା ସହିତ ଆତଙ୍କ ଖେଳାଇଛନ୍ତି। ଭୂଷଣ୍ତପୁରରେ ହାତୀ ପଲର ଉପସ୍ଥିତି ଜାଣିବା ପରେ ବ୍ରହ୍ମଗିରି ରେଞ୍ଜର ଟେନସନ ବଢି ଯାଇଛି। ସେଥିପାଇଁ ବ୍ରହ୍ମଗିରି ରେଞ୍ଜ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଖବର ନେବାରେ ଜଣାପଡିଛି ବ୍ରହ୍ମଗିରି ରେଞ୍ଜ ପାଇଁ ଏକ ନୂଆ ହାତୀ କରିଡର ସୃଷ୍ଟି ହୋଇଛି। ଏହି କରିଡର ଦେଇ ଦନ୍ତା ବ୍ରହ୍ମଗିରି ରେଞ୍ଜକୁ ଆସିବା ନେଇ ବନ ବିଭାଗ ସନ୍ଦେହ ପ୍ରକାଶ କରିଛି। ହାତୀ କରିଡରରେ ଥିବା ବିଦ୍ୟୁତ୍ ତାରକୁ ଉପରକୁ ଉଠାଇବାକୁ ବନ ବିଭାଗ ବିଦ୍ୟୁତ୍ ବିଭାଗକୁ ଚିଠି କରିଥିଲା। ବନ ବିଭାଗ ଓ ବିଦ୍ୟୁତ୍ ବିଭାଗ ମିଳିତ ଭାବରେ ହାତୀ କରିଡରରେ ଥିବା ବିଦ୍ୟୁତ୍ ଖୁଣ୍ଟ ଓ ତାରର ସର୍ଭେ କାମ କରିଛନ୍ତି। ଏହାରି ଭିତରେ ଭୂଷଣ୍ତପୁର ଠାରେ ହାତୀ ଅବସ୍ଥିତି ଜାଣିବା ପରେ ବ୍ରହ୍ମଗିରି ବନ ବିଭାଗ ପୂରା ଦମ ଲଗାଇ ଦେଇଛି। ପୁଣି ଥରେ ଆଜି ବିଦ୍ୟୁତ୍ ତାର ଓ ଖୁଣ୍ଟର ସରଜମିନ ତଦନ୍ତ କରିଛି। ଏହା ସହିତ ଖଜୁରିଆ, ଡିମିରିସେଣା, ହରପଡା, ଶୁକଳ, ଚଣ୍ତପଡା, ସାହୁପଡା, କରମଳା, ଗୋବର୍ଦ୍ଧନପୁର ବ୍ୟାରେଜ ପ୍ରଭୃତି ଅଂଚଳ ଗସ୍ତ କରିଛନ୍ତି ବନ ବିଭାଗର କମର୍ଚାରୀ। ବନ ବିଭାଗର ଏକ ୪ ଜଣିଆ ଟିମ୍ ଘଟଣାସ୍ଥଳକୁ ଯାଇ ସୁରକ୍ଷା ବ୍ୟବସ୍ଥାର ସ୍ଥିତି ଯାଂଚ କରିଛନ୍ତି। ଏନେଇ ବନ ବିଭାଗର ବ୍ରହ୍ମଗିରି ରେଞ୍ଜ ଅଧିକାରୀ ରଜତ କୁମାର ମହାପାତ୍ରଙ୍କୁ ପଚାରିବାରେ ସେ କୁହନ୍ତି ହାତୀଙ୍କ ଗତିବିଧି ସମ୍ପର୍କରେ ଖୋର୍ଧା ମୁଖ୍ୟାଳୟ ସହିତ ଯୋଗାଯୋଗ ରଖା ଯାଇଛି। ପ୍ରତି ଦିନ ଦୁଇ ଥର ଗତିବିଧି ବିଷୟରେ ସୂଚନା ରଖାଯାଉଛ। ବିଦ୍ୟୁତ୍ ବିଭାଗର ନିର୍ବାହୀ ଯନ୍ତ୍ରୀ ଏବଂ କନିଷ୍ଠ ଯନ୍ତ୍ରୀଙ୍କ ସହିତ ଯୋଗାଯୋଗ ରହିଛି। ଗତ ବର୍ଷ ଏକ ଦନ୍ତା ହାତୀ ଆସି ବ୍ରହ୍ମଗିରି ରେଞ୍ଜର ଭଣ୍ତାରିକୁଦା ଗହୀରରେ ପହଁଚି ଥିଲା। ବ୍ୟାପକ ଧାନ ଫସଲ ନଷ୍ଟ କରିଥିଲା। ଏବେ ଭୁଷଣ୍ତପୁର ଠାରେ ହାତୀ ଉପସ୍ଥିତି ଜାଣିବା ପରେ ବନ ବିଭାଗ ପୂରା ସଜାଗ ରହିଥିବା ରେଂଜ ଅଧିକାରୀ ଶ୍ରୀ ମହାପାତ୍ର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe