କଣାସରେ ପୁଣି ହାତୀ ଆତଙ୍କ: ନିରବଦ୍ରଷ୍ଟା ସାଜିଛି ବନ ବିଭାଗ

କଣାସରେ ପୁଣି ହାତୀ ଆତଙ୍କ: ନିରବଦ୍ରଷ୍ଟା ସାଜିଛି ବନ ବିଭାଗ

କଣାସ: କଣାସ ଗଡ଼ଖାରଦ ପଞ୍ଚାୟତ ବାଦୂରାବର ଗ୍ରାମରେ ହାତୀ ଆତଙ୍କ ଦେଖିବାକୁ ମିଳିଛି। ଏହାକୁ ନେଇ କଣାସରେ ଚାଷୀ ଭୟଭୀତ ଅବସ୍ଥାରେ ଅଛନ୍ତି। ଅମଳ ଧାନକୁ ବାରମ୍ବାର ଗାଁ ଭିତରେ ପଶି ନଷ୍ଟ କରିଦେଉଛନ୍ତି ଜଙ୍ଗଲି ହାତୀ ପଲ। ଏପଟେ ନିରବଦ୍ରଷ୍ଟା ସାଜିଛି ବନ ବିଭାଗ।

ରାତିରେ ୫୦ କିଲୋମିଟର ଦୂର ଖୋର୍ଦ୍ଧା ଜଙ୍ଗଲରୁ ଆସି କଣାସରେ ଧାନ ନଷ୍ଟ କରି ପୁଣି ଚାଲି ଯାଉଛନ୍ତି ହାତୀ ପଲ। ଏହାକୁ ମିଶାଇ ୩ଥର ଏଇ ଭଳି ହାତୀ ଅମଳ ହୋଇ ରଖାଯାଇଥିବା ୨୦୦ରୁ ଅଧିକ ଧାନବସ୍ତା ନଷ୍ଟ କରି ସାରିଲେଣି। ୮ରୁ ଅଧିକ ହାତୀ ଏହି ଆତଙ୍କ ଚଳାଇଥିବା କୁହାଯାଉଛି। ଏଣେ ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe