ଇଭି ଗାଡ଼ିର ବ୍ୟାଟେରି ବିସ୍ଫୋରଣ: ଜଳିଗଲା ସୋ’ରୁମ

Advertisment

ପୁରୀ ଜିଲ୍ଲା କୋଣାର୍କ ଥାନା ଅଧିନ କୋଣାର୍କ ଏନଏସି ମାଧିପୁର ଛକ ନିକଟରେ ଥିବା ଏକ ଇଭି ଗାଡ଼ି ସୋ’ ରୁମରେ ବୁଧବାର ଅପରାହ୍ଣରେ ଅଗ୍ନିକାଣ୍ଡ ଘଟିଛି। ସୋ’ରୁମରେ ଅଚାନକ ଏକ ନୂଆ ଗାଡ଼ି ମଧ୍ୟରୁ ବ୍ୟାଟ୍ରି ଫାଟି ନିଆଁ ଲାଗି ହୁହୁ ହୋଇ ଜଳିବା ଆରମ୍ଭ କରିଥିଲା।

ପୁରୀ ଜିଲ୍ଲା କୋଣାର୍କ ଥାନା ଅଧିନ କୋଣାର୍କ ଏନଏସି ମାଧିପୁର ଛକ ନିକଟରେ ଥିବା ଏକ ଇଭି ଗାଡ଼ି ସୋ’ ରୁମରେ ବୁଧବାର ଅପରାହ୍ଣରେ ଅଗ୍ନିକାଣ୍ଡ ଘଟିଛି। ସୋ’ରୁମରେ ଅଚାନକ ଏକ ନୂଆ ଗାଡ଼ି ମଧ୍ୟରୁ ବ୍ୟାଟ୍ରି ଫାଟି ନିଆଁ ଲାଗି ହୁହୁ ହୋଇ ଜଳିବା ଆରମ୍ଭ କରିଥିଲା।

konark

କୋଣାର୍କ (ସୁକାନ୍ତ ବିଶ୍ବାଳ): ପୁରୀ ଜିଲ୍ଲା କୋଣାର୍କ ଥାନା ଅଧିନ କୋଣାର୍କ ଏନଏସି ମାଧିପୁର ଛକ ନିକଟରେ ଥିବା ଏକ ଇଭି ଗାଡ଼ି ସୋ’ ରୁମରେ ବୁଧବାର ଅପରାହ୍ଣରେ ଅଗ୍ନିକାଣ୍ଡ ଘଟିଛି। ସୋ’ରୁମରେ ଅଚାନକ ଏକ ନୂଆ ଗାଡ଼ି ମଧ୍ୟରୁ ବ୍ୟାଟେରି ଫାଟି ନିଆଁ ଲାଗି ହୁହୁ ହୋଇ ଜଳିବା ଆରମ୍ଭ କରିଥିଲା। ସୋ’ରୁମର କର୍ମଚାରୀମାନେ ତୁରନ୍ତ ଅଗ୍ନିଶମ ବିଗାଗର ୧୧୨ ନଂ ମାଧ୍ୟମରେ ଯୋଗାଯୋଗ କରିଥିଲେ।

୧୧୨ ସରକରୀ ବ୍ୟବସ୍ଥାରେ ଅଗ୍ନିଶମ ଗାଡ଼ିକୁ ପଠାଇବାରେ ବିଳମ୍ବିତ ପକ୍ରିୟା ପାଇଁ ୩୦ ଗୋଟି ଗାଡ଼ିରେ ଗୋଟିଏ ପରେ ଗୋଟିଏ ଗାଡ଼ି ନିଆଁ ଲାଗି ହୁହୁ ହୋଇ ଜଳିବା ସହ ବ୍ୟାଟ୍ରି ଗୁଡିକ ବହୁତ ଜୋରରେ ବିସ୍ଫୋରିତ ହୋଇ ନିଆଁ ଉଗ୍ରରୂପ ନେଇଥିଲା।

ଖବର ପାଇ ଦୀର୍ଘ ୪୫ ମିନିଟ୍ ପରେ କୋଣାର୍କ ଚମ୍ପାହର ଅଗ୍ନିଶମର ଦୁଇଟି ଦମକଳ ଗାଡ଼ି ପହଁଛି ନିଆଁକୁ ଲିଭାଇ ଆୟତ୍ତ କରିବା ବେଳକୁ ସୋ’ରୁମ ମଧ୍ୟରେ ଥିବା ସମସ୍ତ ଗାଡ଼ି ସହ ଆସବାପତ୍ର ଜଳି ପାଉଁଶ ହୋଇଯାଇଥିଲା। ସୋ’ରୁମ ମଧ୍ୟରେ ଥିବା ନୂତନ ୨୫ ଗୋଟି ଇ-ବାଇକ ଓ ୫ ଟି ସର୍ଭିସିଂ ପାଇଁ ରକ୍ଷା ଯାଇଥିବା ପୁରୁଣା ଗାଡ଼ି ସହିତ ଆସବାପତ୍ରର ଜଳି ଯାଇଛି। ଗାଡ଼ିଗୁଡ଼ିକର ଆନୁମାନିକ ମୂଲ୍ୟ ୫୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ହେବ ବୋଲି ସୋରୁମ ମାଲିକ ସୌମ୍ୟରଂଜନ ସ୍ୱାଇଁ ପ୍ରକାଶ କରିଛନ୍ତି। ଖବର ପାଇଁ କୋଣାର୍କ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ନିଆଁ କିପରି ଲାଗିଲା କିଏ ଲଗାଇଲା ତାହା ତଦନ୍ତ ପରେ ଜଣା ପଡ଼ିବ ବୋଲି ପୁଲିସ କହିଛି।

Konark

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe