Kalinga TV
କୃଷ୍ଣପ୍ରସାଦ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ ଗୋମୁଣ୍ଡିଆ ପଞ୍ଚାୟତ ଉଆସପଦର ଗାଁରେ ଏସିଡ ମାଡ଼ରେ ବାପପୁଅ ଗୁରୁତର ହୋଇଛନ୍ତି। ଉଭୟଙ୍କୁ ପ୍ରଥମେ କୃଷ୍ଣପ୍ରସାଦ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ବରର ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଜମିବାଡ଼ିକୁ କେନ୍ଦ୍ର କରି ଏସିଡ ମାଡ଼ ହୋଇଥିବା ଜଣାପଡ଼ିଛି।
ଦୁଇ ପରିବାର ମଧ୍ୟରେ ଦୀର୍ଘଦିନ ଧରି ଜମିବାଡ଼ି ବିବାଦ ରହିଥିଲା, ଯାହା ଆଜି ଉଗ୍ର ରୂପ ଧାରଣ କରିଛି। ସକାଳୁ ସକାଳୁ ନିଜ ଘରର ବାରିପଟେ ଜମିରେ କାମ କରୁଥିବା ବେଳେ ସନ୍ତୋଷ ମହାରଣା ନାମକ ଜଣେ ଯୁବକ ଅଧିକାରୀ ତରେଇ ଏବଂ ରାଜେନ୍ଦ୍ର ତରେଇଙ୍କୁ ଏସିଡ ମାଡ଼ କରିଥିବା କୃଷ୍ଣପ୍ରସାଦ ଥାନାରେ ଅଭିଯୋଗ ଆଣିଛନ୍ତି ପରିବାର। ଘଟଣାସ୍ଥଳରେ ପୁଲିସ ପହଞ୍ଚି ସନ୍ତୋଷ ମହାରଣାକୁ ଅଟକ ରଖିଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
Follow Us