Accident in Dhirpur Chawk of Puri. Photograph: (Sambad )
ବାମନାଳ: ପୁରୀ ଜିଲ୍ଲା ନିମାପଡ଼ା-ଗୋପ ରାସ୍ତାର ଧିରପୁର ଛକଠାରେ ରବିବାର ଅପରାହ୍ନ ସାଢ଼େ ୨ଟାରେ ଏକ ସିରିଜ୍ ଦୁର୍ଘଟଣା ଘଟିଛି। ଏକ କାର ସହ ବୁଲେଟ୍ ବାଇକ ମଧ୍ୟରେ ଧକ୍କା ହେବାରୁ ଘଟଣାସ୍ଥଳରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ମୁତାବକ ଗୋପ ବେଗୁନିଆ ଗ୍ରାମର ରତ୍ନକୁମାର ପଣ୍ଡା ତାଙ୍କ ସାଙ୍ଗଙ୍କ ସହ ନିମାପଡ଼ା ଆସୁଥିବାବେଳେ ଧିରପୁର ଛକଠାରେ କାରଟିଏ ଧକ୍କା ଦେଇଥିଲା। ପରେ କାରଟି କାଦୁଆ ପାଟଣା ଗ୍ରାମର ଦିଲ୍ଲୀପ ବେହେରାଙ୍କ ବୁଲେଟ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି।
ସ୍ଥାନୀୟ ଲୋକେ ଗୁରୁତର ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ସ୍ଥାନୀୟ ଗୋଷ୍ଟୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତିI ଖବର ପାଇ ନିମାପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ କାର ଓ ବୁଲେଟକୁ ଜବତ କରି ତଦନ୍ତ ଚଳାଇଛି।
Follow Us