କୋଣାର୍କରେ ୫ ଦିବସୀୟ ଧନଦାତ୍ରୀ ମହାଲକ୍ଷ୍ମୀଙ୍କ ପୂଜା ଆରମ୍ଭ

ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର କୋଣାର୍କର ନିୟୁ ମାର୍କେଟ କମ୍ପ୍ଲେକ୍ସ ପରିସରରେ ‘ମା ଲକ୍ଷ୍ମୀ ପୂଜା କମିଟି’ ଆନୁକୁଲ୍ୟରେ ୫ ଦିବସୀୟ ଧନଦାତ୍ରୀ ମହାଲକ୍ଷ୍ମୀଙ୍କ ପୂଜା ଧାର୍ମିକ ରୀତିନୀତି ଓ ପରମ୍ପରା ଅନୁଯାୟୀ ଆରମ୍ଭ ହୋଇଛି।

konark

କୋଣାର୍କ: ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର କୋଣାର୍କର ନିୟୁ ମାର୍କେଟ କମ୍ପ୍ଲେକ୍ସ ପରିସରରେ ‘ମା ଲକ୍ଷ୍ମୀ ପୂଜା କମିଟି’ ଆନୁକୁଲ୍ୟରେ ୫ ଦିବସୀୟ ଧନଦାତ୍ରୀ ମହାଲକ୍ଷ୍ମୀଙ୍କ ପୂଜା ଧାର୍ମିକ ରୀତିନୀତି ଓ ପରମ୍ପରା ଅନୁଯାୟୀ ଆରମ୍ଭ ହୋଇଛି। ଆଜି ଧରାବତାରଣ କରିଛନ୍ତି ଧନଦାତ୍ରୀ, ମା'ମହାଲକ୍ଷ୍ମୀ, ଧରାପୃଷ୍ଠରେ ମା'ଲକ୍ଷ୍ମୀ ଆଜିଠାରୁ ୫ ଦିନ ପାଇବେ ପୂଜା।

ସୋମବାର ସନ୍ଧ୍ୟାରେ କୋଣାର୍କ ମା ଲକ୍ଷ୍ମୀ ପୂଜା କମିଟି ସଭାପତି ସୁରେନ୍ଦ୍ର ସାହୁଙ୍କ ନେତୃତ୍ବରେ ପବିତ୍ର ଆଶ୍ବିନ ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥି ଅବସରରେ କୋଣାର୍କ ନିୟୁ ମାର୍କେଟ କମ୍ପ୍ଲେକ୍ସ ପରିସରରେ ଧନଦାତ୍ରୀ ମହାଲକ୍ଷ୍ମୀଙ୍କ ପୂଜା ଧାର୍ମିକ ରୀତିନୀତି ଅନୁଯାୟୀ ଆରମ୍ଭ ହୋଇଛି।

ଏହି ପରିପ୍ରେକ୍ଷୀରେ ମା ମହାଲକ୍ଷ୍ମୀଙ୍କ ବିଗ୍ରହ ପ୍ରତିଷ୍ଠା କରାଯିବା ପରେ ପୂଜାର୍ଚ୍ଚନା କାର୍ଯ୍ୟ ଆରମ୍ଭ ହୋଇଛି। ପରେପରେ କମିଟିର କର୍ମକର୍ତ୍ତା ଓ ଶ୍ରଦ୍ଧାଳୁ ଭକ୍ତମାନେ ମା’ଙ୍କ ନିକଟରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ। ଏହି ପୂଜାରେ କର୍ତ୍ତା ରୂପେ ସୁଶାନ୍ତ କୁମାର ଚିନେରା ଓ କର୍ତ୍ତୀ ରୂପେ ଧର୍ମପତ୍ନୀ ମିନତୀ ସାହୁ ଦାୟିତ୍ବ ନିର୍ବାହ କରୁଛନ୍ତି। ଧନଦାତ୍ରୀ ମହାଲକ୍ଷ୍ମୀଙ୍କ ପୂଜା କାର୍ଯ୍ୟରେ ପୂଜକ ଭାବେ ବଲରାମ ଶତପଥୀ  ଧାର୍ମିକ ରୀତିନୀତି ଅନୁଯାୟୀ କାର୍ଯ୍ୟ ସଂପାଦନ କରୁଛନ୍ତି।

ଏହି ୫ ଦିବସୀୟ ଧନଦାତ୍ରୀ ମହାଲକ୍ଷ୍ମୀଙ୍କ ପୂଜା ଆସନ୍ତା ୧୦ ତାରିଖରେ ସଂପନ୍ନ ହେବାକୁ ଥିବା ବେଳେ ସେହି ଦିନ ଶ୍ରଦ୍ଧାଳୁ ଭକ୍ତମାନଙ୍କ ନିମନ୍ତେ ପ୍ରସାଦ ସେବନର ସୁବ୍ୟବସ୍ଥା କରାଯାଇଛି।ଅନରୁପ ଭାବେ କୋଣାର୍କ ନିକଟସ୍ଥ ବନାଖଣ୍ଡି ପଞ୍ଚାୟତର  "ମା ଗଜ ଲକ୍ଷ୍ମୀ ପୂଜା ବନାଖଣ୍ଡି ଛକ କୋଣାର୍କ କମିଟି ପକ୍ଷରୁ ମୁଖ୍ୟ ଉପଦେଷ୍ଟା ପିଙ୍କନ ପ୍ରସାଦ ଜେନା, ସଭାପତି ମାନସ କୁମାର ବରାଳ ଓ ସମ୍ପାଦକ ସୂର୍ଯ୍ୟନାରାୟଣ ବିଶ୍ୱାଳ ଙ୍କ ନେତୃତ୍ୱ ରେ ଚନ୍ଦ୍ରଭଗା ତୀର୍ଥପୁସ୍କରଣୀ ରୁ ପାଣି ତୋଳି  କଳସ ଯାତ୍ରାରେ  ବନାଖଣ୍ଡି ଛକରେ ରେ ପହଁଛି ସନ୍ଧ୍ୟାରେ ଘଟସ୍ଥାପନ କରାଯାଇ ମା ଙ୍କ ଚକ୍ଷୁଦାନ କାର୍ଯ୍ୟ ଓ ହୋମ ଯଜ୍ଞ ଆଦି କାର୍ଯ୍ୟ ସମ୍ପାଦନ କରାଯାଇ ମା’ ଲକ୍ଷ୍ମୀଙ୍କୁ ପୂଜାନୀତି ଯଥାବିଧି କରାଯାଇଛି।

Konark 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe