ପୁରୀରେ ଗ୍ୟାଙ୍ଗ ୱାର : ଗୁଳିମାଡ଼ରେ ଗଙ୍ଗା ଭୋଳ ଗୁରୁତର

Advertisment
ପୁରୀରେ ଗ୍ୟାଙ୍ଗ ୱାର : ଗୁଳିମାଡ଼ରେ ଗଙ୍ଗା ଭୋଳ ଗୁରୁତର

ପୁରୀ : ସଦର ଥାନା ଅନ୍ତର୍ଗତ ବୀରହରେକୃଷ୍ଣପୁର ବାଟଗାଁରେ ଭୋଳ ପରିବାର ଓ ଗଜ ପରିବାର ମଧ୍ୟରେ ଦୀର୍ଘ ଦିନ ହେଲା ଲାଗି ରହିଥିବା ବିବାଦ ଉଗ୍ରରୂପ ନେଇଛି। ଆଜି ସକାଳେ ଚନ୍ଦନପୁର ଥାନା ଅନ୍ତର୍ଗତ କାଠପୋଲ ନିକଟରେ ଗଜ ପରିବାର ପରିଚାଳିତ ଗ୍ୟାଙ୍ଗ୍‌ର ଗୁଳି ମାଡ଼ରେ ପ୍ରତିପକ୍ଷ ଭୋଳ ପରିବାରର ଜଣେ ସଦସ୍ୟ ଗୁରୁତର ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁସାରେ କିଛି ଦିନ ପୂର୍ବେ ଜେଲ୍‌ରୁ ଫେରିଥିବା ସଦର ଥାନା ଅନ୍ତର୍ଗତ ବୀରହରେକୃଷ୍ଣପୁର ବାଟଗାଁ ନିବାସୀ ଗଙ୍ଗାଧର ଭୋଳ(୪୭) ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ଆଠଟାବେଳେ ବାଇକ୍‌ରେ ଚନ୍ଦନପୁର ଥାନା ଅନ୍ତର୍ଗତ କାଠପୋଲ ନିକଟସ୍ଥ ତାଙ୍କ ଇଟା ଭାଟିକୁ ଯାଉଥିଲେ। ଏହି ସମୟରେ ତିନୋଟି ଗାଡ଼ିରେ ପ୍ରାୟ ୮ ଜଣ ଦୁର୍ବୃତ୍ତ ଗଙ୍ଗାଙ୍କୁ ଅଟକାଇ ଖଣ୍ଡାରେ ଅତର୍କିତ ଆକ୍ରମଣ କରିଥିଲେ। ଗଙ୍ଗା ଜୀବନ ବିକଳରେ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ଲକ୍ଷ୍ୟ କରି ପାଞ୍ଚରୁ ୭ ରାଉଣ୍ଡ ଗୁଳି ଫୁଟାଇଥିଲେ। ଗୋଟିଏ ଗୁଳି ଗଙ୍ଗାଙ୍କ ବାମ ଜଂଘରେ ବାଜିବାରୁ ସେ ତଳେ ପଡ଼ି ଯାଇଥିଲେ। ଚନ୍ଦନପୁର ଥାନା ଓ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗଙ୍ଗାଙ୍କୁ ଚିକିତ୍ସା ଲାଗି ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ତେବେ ଜଂଘରେ ରହିଯାଇଥିବା ଗୁଳିଟି ବାହାର କରାଯାଇ ନପାରିବାରୁ ତାଙ୍କୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ଚନ୍ଦନପୁର ଥାନା ପୁଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ତେବେ ରାତିସୁଦ୍ଧା କେହି ଧରାପଡ଼ି ନଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe