ଗ୍ୟାସ ଟାଙ୍କି ଲିକ୍ ହୋଇ ଜଳିଗଲା ଘର

ଗ୍ୟାସ ଟାଙ୍କି ଲିକ୍ ହୋଇ ଜଳିଗଲା ଘର

ଡେଲାଙ୍ଗ: ଘରେ ରୋଷେଇ କରୁଥିବା ବେଳେ ଗ୍ୟାସ ଟାଙ୍କି ଲିକ୍ ହୋଇ ଘର ଜଳି ଯାଇଛି। ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସିଙ୍ଗବରମପୁର ଗ୍ରାମର ଶମ୍ଭୁନାଥ ପ୍ରଧାନଙ୍କ ପତ୍ନୀ ଆଜି ଦିନ ୧୧ଟା ସମୟରେ ଘରେ ରୋଷେଇ କରୁଥିବା ବେଳେ ଗ୍ୟାସ ଟାଙ୍କି ପାଇପରୁ ଗ୍ୟାସ୍‌ ଲିକ୍ ହୋଇ ଘରେ ନିଆଁ ଲାଗି ଯାଇଥିଲା। ଏହା ଦେଖି ପରିବାର ଲୋକେ ଜୀବନବିକଳରେ ଘରୁ ପଦାକୁ ପଳାଇ ଆସିଥିଲେ। ଅନ୍ୟପକ୍ଷରେ ଗ୍ୟାସ ଟାଙ୍କି ଫାଟିଯିବା ଭୟରେ ପାଖ ପଡୋଶୀଙ୍କ ସମେତ ଗ୍ରାମବାସୀ ଘରଦ୍ବାର ଛାଡି ଖୋଲା ଜାଗାକୁ ଚାଲି ଯାଇଥିଲେ। ଅଗ୍ନିକାଣ୍ଡରେ ଶମ୍ଭୁନାଥଙ୍କ ଘରର ସମସ୍ତ ଆସବାବପତ୍ର ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି। ଘଟଣାସ୍ଥଳରେ ସ୍ଥାନୀୟ ରାଜସ୍ବ ନିରୀକ୍ଷକ ପହଞ୍ଚି କ୍ଷୟକ୍ଷତି ଆକଳନ କରି ଫେରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe